STORYMIRROR

Sangita Mishra Satapathy

Comedy

3  

Sangita Mishra Satapathy

Comedy

ଲେମ୍ବୁ ଦର

ଲେମ୍ବୁ ଦର

1 min
137

ପନି ପରିବାଙ୍କ ବସିଛି ସଭା

ବିଚାର ପଡିଛି କଣ କରିବା?


ସଭାପତି ହେଲେ ଫଳର ରାଜା

ପରିଚୟ ଦେଲେ ହସି ହସିକା


ଲାଲ ଟହ ଟହ ଟମାଟ ଭାଇ

କହିଲା ତାର ମୁହଁ ହଲାଇ

ଲେମ୍ବୁ ଭାଉ ଆଉ ହେଉନି ସହି


ଛାର ଲେମ୍ବୁ ତୋଠି କଣ ଅଛି

ତୁଛାକୁ ତୋର ଭାଉ ବଢିଛି


ବାଇଗଣ କହେ ପରିବା ରାଜା

ସବୁଠି ତ ମୋତେ ଖୋଜା

ଗୋଟା ଦଶ ଛାର ଲେମ୍ବୁଟା


ସଜନା କଲରା ପୋଟଳ ଭାଇ 

ହଇ ହଇ କଲେ ମଥା ହଲେଇ

ଆଳୁ ପିଆଜ ବିନ୍ ଛୁଇଁ ବି କହିଲେ ହଇ


ବିନୟେ କହିଲା ଲେମୁ ଭାଇ

ମୋ ପରେ କ୍ରୋଧ କରୁଛ କାଇଁ 

ଗଛ ଲଗାଉନି ମଣିଷ ଭାଇ

ଛାର ଲେମ୍ବୁ କହି ଦେଉଛି ଛେଇ


ସେ ପାଇଁ କାହୁଁ ବା ଆସିବ ଫଳ

ଦର ବଢିବାଟା ହେଉଛି ସାର


ଖରା ଦିନେ ଲୋଡା ମୋ ସରବତ

ପଖାଳରେ ନିତି ଖୋଜା ହୁଏ ତ

ଭିଟାମିନ୍ -- -ସି ମୋଠି ପ୍ରଚୁର

ରୋଗ ପ୍ରତିରୋଧକ ବଢାଏ ମୁଁ ତ


ସଭାପତି କହି ଠିକ୍ ଠିକ୍ 

ଲେମ୍ୱୁର ଦୋଷ ନାହିଁ କିଛି

ଲଗାଇବା ଯଦି ଗଛ ବାଡିରେ 

ମାଗଣା ଖାଇବା ଖୁସି ମନରେ।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy