((କୁରୁମ ବେଢା ଓ ଜଗନ୍ନାଥ ))
((କୁରୁମ ବେଢା ଓ ଜଗନ୍ନାଥ ))
ନିଶ୍ଚଳ ମଂଦିରେ ଲକ୍ଷଭାବନାର କୋଳେ
ମୁଁ ଚିନ୍ତେ
ପ୍ରଭୁ ଜଗନ୍ନାଥଂକ
ଅସ୍ଥିତ୍ବ
ବିଶ୍ବାସ-ଅସମ୍ଭବେ ।
ଚତୁର୍ବେଦ ରୁପ
ଚତୁ୍ର୍ବେଢାର
ଘେରା ବଂଧନରେ
ତୁମେ ପତିତ ପାବନ
ଆରତ ନାଶନ
ଗର୍ବଗଂଜନ
ତ୍ରାହିମୋଚନ
ଚତୁ୍ର୍ପତାକା ଉଡାଇ
ପତିତଂକୁ କର ଉଦ୍ଧାର
ଆଜନ୍ମ ଅଭ୍ୟସ୍ତ
ହସ୍ତ ପଦ ମୁଖ ମୋର
ସେବୁଛି ଚରଣ ତବ
ବହୁବାର ଦେଇ ଅର୍ଘ୍ୟ
ପୁଷ୍ପ ଓ ଚଂଦନ
ଗାଉଛି ମୁଁ ତୋହରି ବଂଦନା ।
ଭାଗବତ କୁ ପାଠ କରି
"ତୁ ବ୍ରହ୍ମା ରୁଦ୍ର ବିଷ୍ନୁ ତୁହି
ତୋ ବିନୁ ଅନ୍ୟ ଗତି ନାହିଁ
ସୃଷ୍ଟି ତୋହର ଖେଳଘର
ଅଶେଷ ମାୟା ତୋ ଆବର
ତୋହର ନିଶ୍ବାସ ମରୁତ
ଦେବେ ହୋଇଲେ ତହୁଁ ଜାତ
ତୁହିଟି ଅଗ୍ନିଦେବ ଇନ୍ଦ୍ର
ନୟନୁଁ ଜାତ ସୁର୍ଯ୍ୟ ଚଂଦ୍ର
ଭୁଜରୁ ଅନନ୍ତ ମୁରତି
କଣ୍ଠରୁ ଜାତ ସରସ୍ବତି
ସଦା ଚଂଚଳ ନିଦ୍ରା ନାହିଁ
ଏ ରୁପେ ଶୁନ୍ୟେ ଅଛୁ ରହି
ଅଶେଷ ତୋହର ମହିମା
କେ ଜାଣିପାରେ ଗୁଣ ସୀମା" ।
କେବେବି -କି -ପାରଛି
ନାଥ -ବାଂଧି ମୋର ମନ
ଏ ଅଥୟ ମନ ତୁମରି ଚରଣେ?
ତେବେ କିପାଇଁ ନୀରବ
ଆଜିର ଜଗତେ?
କୁହ
ବେଢା ବଂଧନ ରେ କାହିଁକି ରୁହ
୨୨ ପାବଛ ଅତକ୍ରମେ
ଗଲେ
କୁର୍ମ ଦ୍ବାରେ
କୁର୍ମ ଦେବୀଂକୁ
କରିଦର୍ଶନ
ନାଥ,ଭକତେ କରନ୍ତି
ତୋତେ ଦର୍ଶନ ।
ପୁଣି ବି ଶୁଣିଛି
ତୁମେ ହୁଅ ଉଭା
କରାଅ ଜାଗ୍ରତ
ଦୁନିଆର ଘଡିସଂଧି ବେଳେ
ଆସିନି କି ସେ ମୁହୁର୍ତ୍ତ
କେବେ ବା ଆସିବ
ଦେଖି ଆଜିର
ଲକ୍ଷ ଅତ୍ୟାଚାର
ନିଃସ୍ବ ଅନାଥ ଦୁର୍ବଳ ପରେ ?
ତୁମେ ପରା ଦେବ
ଅନାଥଂକ ନାଥ
ତେବେ ପୁଣିକିଂପା ହେ ନିରବ?
ଏ ମୋର ମିନତି
ପକାଅ ଆଲୋକ
ମୋ ପଥ ଧାରେ
କ୍ଷେପି ମୁ ଯାଏ
ତବ ଆଶିଷ କୁ ନେଇ
କୁରୁମ୍ ବେଢା ପାର ହୋଇ
କରେ ଦର୍ଶନ ।