STORYMIRROR

Panchanan Jena

Inspirational

4  

Panchanan Jena

Inspirational

କୁହୁକିନି ଛାୟା

କୁହୁକିନି ଛାୟା

1 min
363


କେବେ କମନୀୟା 

କେବେ ନମନୀୟା

ନାରୀ ସଦା ସର୍ବଦା 

ଧରା ଧରଣୀ ଧରିତ୍ରୀ ପରି

ସର୍ବଂସହା ବନ୍ଦନୀୟା

କିନ୍ତୁ ଆଘାତ ସଂଘାତ ସଂଘର୍ଷରେ 

ଭେଦ ଛିଦ୍ର କଳି ତକରାଳରେ

ନାରୀ ସବୁ ବେଳେ ଭାରି 

ନଛୋଡ଼ବନ୍ଧା ଦୁର୍ଦ୍ଧଷୀ ପ୍ରିୟା ।


କାଠ ହାଣି ପାରେ

ପାହାଡ଼ ଲଂଘିପାରେ

ଅଭେଦ୍ୟ ଦୁର୍ଗ ଭାଙ୍ଗିପାରେ

ସେ ନାରୀ ରୂପରେ

ସର୍ବଞ୍ଜୟୀ ସର୍ବଜୀତା ଶ୍ରୀୟା ।


ବିପଦରେ ସେ ଲୌହପନ୍ଥି

ନିଆଁ ସହିତ ଖେଳି ପାରେ

ଝାଳକୁ ପିଠିରେ ମାରି

ସୁନା ଫସଲ ଫଳାଇ ପାରେ 

ନିଜେ ଉପାସେ ରହି ଘର ପରିବାର

ସନ୍ତାନ ପାଇଁ ରୋଷେଇ କରେ

ନିଜେ ବ୍ରତ ଜାଗର ପାଳି

ସମସ୍ତଙ୍କର ମଙ୍ଗଳ କାମେ

ସେ ନାରୀ ନୁହଁ ମମତାମୟୀ ଛାୟା ।


ଡର ଭୟକୁ ଛାଡ଼ 

ନିଜ ସନ୍ତାନ ପାଇଁ ଲଢିପାରେ 

ଶେଷ ଶ୍ରାବଣରେ

ନିର୍ଘାତ ବୈଶାଖରେ

ମାଘ ମାସରେ ବାଘ ଶୀତରେ

ମୃତ୍ୟୁ ସଂଗ୍ରାମରେ

ଶଙ୍ଖୀ ସିନ୍ଦୁର ପାଇଁ

 ଗୋଡେଇ ଗୋଡ଼େଇ

ପରାସ୍ତ କରିପାରେ ଖୋଦ୍‌ ଯମରାଜଙ୍କୁ

ଯୁକ୍ତି ବୁଦ୍ଧିମତାରେ ସକ୍ରିୟା ।


ତର୍କରେ ଗାର୍ଗୀ ପରାସ୍ତ କରିପାରେ 

ଶାସ୍ତ୍ରରେ ପଣ୍ଡିତା

ସଂସ୍କାରେ ବିଦୁଷୀ ବହୁଭାଷୀ

ପ୍ରୀତି ମଧୁରେ ତରଳାଏ ପଥର

ଯୋଗୀ ବାଟ ହୁଡ଼େ

ଭୋଗୀ ମହାସୁଖେ ଅନନ୍ତ ଶୟନେ

ଦରଶନ କରେ ସୂପ୍ନପୁରୀ କାୟା ।


ରୂପ-ରସରେ ଶାନ୍ତି ପ୍ରଶାନ୍ତି

ସନ୍ତୋଷରେ ଠିକଣା

ଦାମ୍ପତ୍ୟରେ ସମ୍ମାନ ସମର୍ପଣ

ସଂଯମରେ ବିଭୋରତା ଗଣା 

ଦୟା କରୁଣାରେ 

ରୋଗ ବୈରାଗ୍ୟରେ 

ମା' ଅନ୍ନପୂର୍ଣ୍ଣା 

ପୂଜାପାଠରେ ଆଧ୍ୟାତ୍ମିକ 

ବାତାୟନ ମହାମାୟା ।


ସୁଖରେ କୋମଳ ଦୁଃଖରେ ସମ୍ବଳ 

ଶୋକରେ ଅଶ୍ରୁଳ

ହସରେ ଚଟୁଳ ଖୁସିରେ ଗହଳ ଚହଳ

କାନ୍ଦରେ ଫେନିଳ 

ଫୁଲ ପରି କୋମଳ ସକାଳ 

ସୁରଭିତ ସଞ୍ଜ ପରି ସୁନୀଳ

ଧୂପ ଅଗରବତୀ ଧୂଆଁରେ 

ଅଠା କାଠିଏ ମାୟା

ସଞ୍ଜ ନଇଁଗଲେ

ସଞ୍ଜବତୀ ଓ ଶଙ୍ଖଧ୍ଵନୀରେ

 ଗୋଳେଇ ମିଳେଇ ଉଡ଼େଇ 

ଦିଏ କୁହୁକିନି ଶର୍ବରୀ ଛାୟା ।


Rate this content
Log in

Similar oriya poem from Inspirational