STORYMIRROR

Kamal Kumar Dash

Romance

5.0  

Kamal Kumar Dash

Romance

କଥା ଥିଲା ପରା

କଥା ଥିଲା ପରା

1 min
14.3K


ପୁଅ

କଥା ଥିଲା ପରା ସାଥିଟିଏ ହୋଇ ସାଥିରେ ରହିବ ବୋଲି

ଯଂତ୍ରଣା ଭରା ଜୀବନ ବାଟରେ ହସ ଭରିଦେବ ଖାଲି ॥1॥


ପାଖେ ପାଖେ ରହି ଚୁପି ଚୁପି କହି ପ୍ରେମ ମାନେ ବୁଝାଇବ

ଥକି ମୁଁ ପଡିଲେ ଜୀବନ ବାଟରେ ହାତ ଧରି ଉଠାଇବ ॥2॥


ନଦୀଟିଏ ହୋଇ ମୋ ମନ ଭୂଇଁରେ ଯିବ ପରା ଗୀତ ଗାଈ

ପରିଟିଏ ହୋଇ ସବୁ ଦିନ ଆସି ନିଦରେ ଦେବ ଶୁଆଇ ॥3॥


ବୁଝି ମୁଁ ପାରେନା ତୁମ ଠାରୁ ଦୂରେ କାହିଁ ଲାଗେ ଏକା ଏକା

ମନ ତୁମେ ଝୁରେ ପ୍ରତି ମୁହୂର୍ତ୍ତରେ ପାଇବାକୁ ତୁମ ଦେଖା ॥4॥


ଝିଅ

କଥା ମୁଁ ଦେଉଛି ସାଥୀଟିଏ ହୋଇ ସାଥିରେ ରହିବି ସାଥୀ

ଲୁହ ପୋଛି ଦେଇ ହସ ଭରିଦେବି ତୁମରି ଓଠରେ ନିତି ॥5॥


ତୁମରି ପାଖରେ ଅଛି ମୁଁ ସାଥିରେ ଅଛି ତୁମ କବିତାରେ

ଥରେ ଭାବି ଦେଖ ପ୍ରିୟସାଥୀ ମୋର ମତେ ତୁମ ହୃଦୟରେ ॥6॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance