STORYMIRROR

Bijay Prusty

Romance

4  

Bijay Prusty

Romance

କଥା କହୁଥିବା ଆଖି

କଥା କହୁଥିବା ଆଖି

1 min
207



ଆଖିରେ ତୁମର ସପନ ଫୁଆରା

କେତେ ଯେ ରଙ୍ଗର ଖେଳ

ତୁମକୁ ଦେଖିଲେ ମନତଳୁ ଶୁଭେ

ଫଗୁଣର କୋଳାହଳ I

ସେଇ ଆଖିତଳେ ଅନେକ ସପନ

ମହୁଲି ମହୁଲି ନିଶା

ଆଖିତଳୁ ତୁମ ଶୁଣିଛି ମୁଁ ସଖୀ

ପ୍ରଣୟର ପରିଭାଷା I

ସେଇ ଆଖିପାଇଁ ପାଗଳ ଟିଏ ମୁଁ

ଜାଣିନ କି ପ୍ରିୟ ସଖୀ

ତୁମରି କେଶର ଘଞ୍ଚ ଅରଣ୍ୟରେ

ସ୍ଥିରହୁଏ ମୋର ଆଖି I

ତୁମରି ଅଳସ ଚାହାଣୀ ଲୋ ସଖୀ

ହ଼ୃଦୟକୁ ଭେଦି ଯାଏ

ଅସରା ଗପର ପସରା ମେଲାଇ

ଆଖି ତୁମ କଥାକୁହେ I

        


Rate this content
Log in

Similar oriya poem from Romance