STORYMIRROR

srutakirti Tripathy

Abstract

3  

srutakirti Tripathy

Abstract

କୃଷ୍ଣଙ୍କ ଠିକଣା

କୃଷ୍ଣଙ୍କ ଠିକଣା

1 min
355

ପ୍ରତିବିମ୍ବ ତବ ଚତୁର୍ଦିଗେ ଦିଶେ 

ରାତି ହଉ ଅବା ଦିନ 

ପାଗଳୀ ପରାଏ ତମକୁ ଖୋଜେ ମୁଁ 

ତମେ ସର୍ବବିଦ୍ୟମାନ 


ବିଚଳିତ କରେ ବଇଁଶୀର ସ୍ଵନ 

ହରାଏ ମୁଁ ନିଜ ସତ୍ତା 

ନିନ୍ଦା ଅପବାଦକୁ ନ ଥାଏ ଡର 

ତମେ ଯେ ମୋ ତ୍ରାଣକର୍ତ୍ତା 


ଯେବେ ନ ଥାଅ ତୁମେ ମୋର ସମୀପେ 

କାୟାନ୍ତରେ ହୋଇ ସୃଷ୍ଟି 

ବିଚରଣ କର ଆଖେପାଖେ ମୋର 

ସାଜି ବୃକ୍ଷ, ପଶୁ, ପକ୍ଷୀ  


ପଳାତକର ଲାଞ୍ଛନା ଯେ ଦିଅନ୍ତି  

ଉତ୍ତର ଏ ତାଙ୍କ ପାଇଁ 

ଅନ୍ତରରେ ଯା'ର କୃଷ୍ଣ ବିଦ୍ୟମାନ 

ଶରୀର ସେ ଲୋଡ଼େ ନାହିଁ 


ଅଝଟ ମନଟି ବୁଝିଯାଏ ତେବେ 

ଜାଣି କୃଷ୍ଣସତ୍ତା ସେଠି 

କାହିଁକି ତାଙ୍କୁ ସେ ଆହୁରି ଖୋଜିବ 

ହୃଦୟରେ ଯା' ରାଜୁତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract