Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

srutakirti Tripathy

Others

2  

srutakirti Tripathy

Others

ମା ର ଛାଟ

ମା ର ଛାଟ

1 min
182


ମା ର ଛାଟ

ଯେତେ ମନାକଲେ ବାହାରକୁ ଯାଅନି
ବାଳୁଙ୍ଗା ଦିଟା ତମେ ଜମା ମାନୁନ
ଥରେ ଧରାଦିଅ ହାତେ ମୋର ଖାଲି
କରିବି ତମକୁ ଶାସନ l

ଖାରବେଳଟା ରେ ବାହାରେ ଖେଳୁଛ
ଝାଉଁଳି ପଡିବ ଶରୀର
ପାଠପଢା ତେଣେ ବାକିଆ ରହିଛି
ସେପଟେ ବି ଦିଅ ନଜର l

ଅମାନିଆ ଗୁଣ ଛଡେଇବି ଆଜି
ସେଇ ବନ୍ଦୋବସ୍ତ କରିଛି
ବାଛି ବାଛି ସରୁ ଛାଟ ଟିଏ
ବାପାଙ୍କ ଠୁ ମାଗି ରଖିଛି l

ହାତ ଗୋଡ ଧରି ପିଲା ଦୁଇଜଣ
ମାଆ ଙ୍କୁ ଭୁଲ ମାଗିଲେ
ଆଉ ଯିବୁ ନାହିଁ ନ ପଚାରି କେବେ
ଏଇ ଥର କ ପାଇଁ ଛାଡ କହିଲେ l

ଛାଟ ଟି ଫୋପାଡ଼ି ଦଉଡ଼ିଲେ ମାଆ
କୁଣ୍ଢେଇ ପକେଇଲେ ଦୁହିଁଙ୍କୁ
ନୟନର ତାରା ତୁମେ ଦୁଇ ମୋର
ମାରିବି ନାହିଁ ଲୋ ତୁମକୁ l


Rate this content
Log in