ବୋଝ
ବୋଝ
1 min
383
କର୍ତ୍ତବ୍ୟ ର ସବୁ ବୋଝ
ଓଲ୍ହେଇ ଯାଆନ୍ତା କି ମୋ କାନ୍ଧରୁ
ହାଲୁକା ଲାଗନ୍ତା ମୋତେ
ପକ୍ଷୀ ଟିଏ ହୋଇ ଉଡିବୁଲନ୍ତି ମୁଁ ସୁନୀଳ ଆକାଶରେ
ମିଶିଯାନ୍ତି ଅନନ୍ତ ନୀଳିମାରେ
ବୃକ୍ଷର ସବୁଜିମା ରେ
ଶୂନ୍ୟରେ ମହା ଶୂନ୍ୟରେ l
ମୁକ୍ତି ନିଶା ରେ ବନ୍ଧା ପଢ଼ିଛି ମୁଁ
ସାମାଜିକ ପ୍ରାଣୀଟିଏ ହୋଇ
ପ୍ରକୃତ ସୁଖ କୁ ପାସୋରି ଦେଇଛି
ଭୌତିକ କାମନା ପାଇଁ l
