STORYMIRROR

srutakirti Tripathy

Others

3  

srutakirti Tripathy

Others

ଲୁହ

ଲୁହ

1 min
332



ଲୁହ ଝରିଗଲେ ଆଖିରୁ

କମିଯାଏ କିଛି କୋହ

ଯେତେ ଢ଼ାଳିଲେ ଛାଡିବନି

ସଂସାରର ମାୟା ମୋହ ll


ସୁଖରେ ହଉ କି ଦୁଃଖରେ

ଆଖିରୁ ସେ ଯେବେ ଝରିଯାଏ

ଦୁଇଧାର ହଉ ବୋହିଯାଇ

ମନକୁ ହାଲୁକା କରିନିଏ ll


ନିଗିଡି ଆସଇ ଆଖିରୁ

ନିଶବ୍ଦରେ ଯେବେ ଲୁହ

ଲାଗେ ସତେକି କରିଗଲା

ସ୍ୱଚ୍ଛ ମୋ ମନ ହୃଦୟ ll


ଲୁହ ଛଡା ଆଉ କେ ନିଜର

ଦୁନିଆରେ ନାହିଁ ମୋର

ଲୁହ ନୁହେଁ ତ ସେ ଅଭିଯୋଗ

ଅବଶୋଷ ମୋ ମନର ll


ଟୋପାଏ ବି ଲୁହ ଝରିବନି ଆଉ

ଦେଇଥିଲି ପ୍ରତିଶ୍ରୁତି

ତୁମେ ଗଲା ପରେ ଝରାଉଛି ଲୁହ

ତୁମକୁ ସ୍ମୃତିରେ ରଖି ll


ଶୃତକୀର୍ତ୍ତି ତ୍ରିପାଠୀ


Rate this content
Log in