Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

srutakirti Tripathy

Fantasy

3  

srutakirti Tripathy

Fantasy

ଏ ଜହ୍ନ ଟିକେ ଶୁଣ ନା

ଏ ଜହ୍ନ ଟିକେ ଶୁଣ ନା

1 min
266



ତୁ ତ' ନ ଥିଲୁ କାଲି ଆକାଶରେ 

ଭାରି ଫାଙ୍କା ଫାଙ୍କା ଲାଗୁଥିଲା 

ସବୁକିଛି ତୋ' ଅବର୍ତ୍ତମାନରେ 

ମନେପଡ଼ିଲା, କାଲି ପରା ଅମାବାସ୍ୟା ଥିଲା  !


ଚତୁର୍ଥୀ ରାତିରେ ତୋ' ସୌନ୍ଦର୍ଯ୍ୟ ଆଭା

ସତରେ ଭାରି ମନଲୋଭା 

ରୂପେଲି କାଚଚୁଡ଼ି ଖଣ୍ଡେ 

ସତେକି ଆକାଶେ ହୋଇଛି ଉଭା  ! 


ସପ୍ତମୀ ରାତିର ତୋ' ଚମକ 

ଆଣେ ସଭିଙ୍କ ମନରେ ପୁଲକ 

ଦାଉଦାଉ ଖଣ୍ଡେ ରୂପାଦାଆ ସତେ 

କାଟିଚାଲିଛି ନିଦର ଫସଲ କେତେ  !


ଆଉ ଭିଜାନା କଇଁକୁ ତୋ' ପ୍ରେମ ଜ୍ୟୋସ୍ନାରେ 

ଶୋଇବାକୁ ଦେ ଟିକେ ତାକୁ ନିରୋଳାରେ 

ବାଦଲ ଉହାଡ଼ରେ ଟିକେ ତୁ ଲୁଚିଯା 

ଯା', ତୁ ବି ଟିକେ ସେଇଠି ଶୋଇଯା   !


ଆକାଶ ଅଗଣାରେ ତୁ ଏକ ବୋଇତ 

ନେଇଯା ମୋତେ ସ୍ବପ୍ନରାଇଜକୁ ରେ ଜହ୍ନ 

ଚୁନାଚୁନା ତାରାମେଳେ 

ଭରିଦିଏ ଆଖିରେ ମୁଁ ଆଖିଏ ସ୍ବପ୍ନ   l


ଚତୁର୍ଦ୍ଦଶୀ ଚାନ୍ଦରେ 

ତୋ' ଭିତରେ କଣ ଏତେ କଳଙ୍କ 

ନା ମାଆ ଲଗେଇଛନ୍ତି କଜ୍ଵଳଗାର 

ଲାଗି ନ ଯାଉ ବୋଲି କାହାର ନଜର  !


ଆଃ ! ଆଜି ପୂର୍ଣ୍ଣିମା 

ଲାଗୁଛୁ ତୁ ସ୍ୱୟଂସମ୍ପୂର୍ଣ୍ଣl 

ଉଛୁଳି ପଡୁଛି ସତେକି ଦେଖ 

ଭରା ପିଆଲାରୁ ତୋ' ଜୋଛନା  l




Rate this content
Log in

Similar oriya poem from Fantasy