Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

srutakirti Tripathy

Others

2.4  

srutakirti Tripathy

Others

ବତୀଘର

ବତୀଘର

1 min
382



ନିସ୍ତବ୍ଧରାତିର ଅନ୍ଧକାରରେ 

ବାଟଭୁଲି ଯାଇଥିବା ନାବିକକୁ ପଚାର 

ବତୀଘରର ମହତ୍ତ୍ୱ 

ଜୀବନ ଫେରିପାଇବାର କ୍ଷୀଣ ଆଶାଟିଏ 

କଅଁଳି ଉଠେ ଯେଉଁଠି ନିରନ୍ତର   l 


ଝଡ଼ ତୋଫାନ ଘେରା ଅଥଳ ସମୁଦ୍ରରେ 

ଜୀବିକା ନିର୍ବାହରେ ମସଗୁଲ 

ସେଇ ମାଛଧରାଳୀକୁ ପଚାର 

ବତୀଘରର ମହତ୍ତ୍ୱ 

ଜୀବିକା ଯେଉଁଠି ଭାରି ପଡ଼େ ଜୀବନ ଆଗରେ  l


ଜ୍ଞାନର ବିଶାଳ ସାଗରେ 

ସଂଘର୍ଷ କରୁଥିବା ଛାତ୍ର ଟିକୁ ପଚାର

ଗୁରୁଙ୍କ ମହତ୍ତ୍ୱ

ଯିଏ ବତୀଘର ସାଜି 

ଦୋଳାୟମାନ ତାର ଜୀବନ ନାଆର 

ସାଜିଥାନ୍ତି ସଦା କାଣ୍ଡାରୀ  ।


Rate this content
Log in