STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

କରୋଣା ହାରିବଭାରତ ଜିତିବ

କରୋଣା ହାରିବଭାରତ ଜିତିବ

1 min
51


ସରିନି ଲଢେଇ ଯୁଦ୍ଧ ତ ଚାଲିଛି  

କରୋଣା ବଖାଣେ ବିଜୟ ଗାଥା

ପରାକ୍ରମୀ ଆଜି ଲୁହରେ ଲେଖୁଛି

ଅକାଳ ମରଣ କରୁଣ କଥା ll


ଆଲୁଅ ଲାଗୁଛି ଯେତିକି ସୁନ୍ଦର

ଅନ୍ଧାର ଲାଗୁଛି ତାଠାରୁ ଭଲ 

ଆଲୁଅ ଲିଭେଇ ଦୀପଟିଏ ଜାଳି 

ଏକତାର ଗୀତ ଗାଇବା ଚାଲ ll 


ଏକତାର ସ୍ଵର ତୀକ୍ଷ୍ମ ତାର ଧାର

ଅରି ଟାଣପଣ କରଇ ଚୁନା 

କରୋଣା ହାରିବ ଭାରତ ଜିତିବ

ସାରା ଦେଶବାସୀ ମାନିଲେ ମନା ll  


ଏକଲା ରହିବା ଦୂରେଇ ରହିବା 

ଭୁଲି ସାଙ୍ଗ ସାଥୀ ଆପଣା କେହି 

ରାଇଜ ବାହାରୁ ଆସିଥିବା ଯଦି 

ତଥ୍ୟ ରଖିବାନି ଜମା ଲୁଚେଇ ll 


ତଥ୍ୟ ଲୁଚାଇଲେ ପଥବଣା ହେବ

ଆମରି ସଂଗ୍ରାମ ଆମରି ଲକ୍ଷ୍ୟ

କରୋଣା ଗ୍ରାସିବ ଗାଁଠୁ ସହର

ବିଦାରି ପକାଇ ସବୁରି ବକ୍ଷ ll


ହାତ ମୁହଁ ସଦା ସଫା ରଖିବାରେ  

କରିବାନି ଭିଡ କେଉଁଠି କାହିଁ  

 ମାକ୍ସ ତ ପିନ୍ଧିବା ଦୂରତା ରଖିବା 

 କରୁଣାକୁ ନିଶ୍ଚେ ଦେବା ହରେଇ ll


      


             

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational