STORYMIRROR

DILIP KUMAR SAHOO

Inspirational

4  

DILIP KUMAR SAHOO

Inspirational

କରୋନା ପାଇଁ ବିଚଳିତ ପ୍ରାଣ

କରୋନା ପାଇଁ ବିଚଳିତ ପ୍ରାଣ

1 min
580


ପ୍ରଥମ ତ ଗଲା ଦ୍ବିତୀୟ ଆସିଲା

ତୃତୀୟ କୁ ଏବେ ଭିତି

ଟୀକା ନେଇ ଆମେ ସତର୍କ ରହିଲେ

କରୋନା କୁ ଯିବା ଜିତି ।


ପାର୍ବଣ ଋତୁରେ ସଙ୍କ୍ରମଣ ଡର

ଘରେ ତ ପାଳିବା ବ୍ରତ

ଅମାନିଆ ହେଲେ କାଳ ହେବ କାଳ

ପାଇବନି ହାତକାତ

ସୁଖ ଠାରୁ ବେଶି ଦୁଃଖ ବଳିଯିବ

ଘୋଟିଯିବ ଅମାରାତି

ତୃତୀୟ କୁ ଏବେ ଭିତି ।


ହାତକୁ ଧୋଇବା ମାକ୍ସ ପିନ୍ଧିବା

ମାନିବାରେ କଟକଣା

କରିବାନି କାହିଁ ଗହଳି କେଉଁଠି

ହେବାନାହିଁ ଆନମନା

ପଦାକୁ ନଯାଇ ଘରେ ରହି ଆମେ

ସାଉଁଟିବା ସୁଖ ଶାନ୍ତି

କରୋନା କୁ ଯିବା ଜିତି।


ଟୀକା ନେବା ପାଇଁ ଡରିବାନି ଜମା

ଦୁଇ ମାତ୍ରା ନିଶ୍ଚେ ନେବା

ଟୀକା ନେଇ ଆମେ ରହିଲେ ସତର୍କ

କରୋନା ବିଜୟୀ ହେବା

କରୋନା ଯୋଦ୍ଧା ଙ୍କୁ ସାହାଯ୍ୟ କରିବା

ଆସ ମୋର ସାଙ୍ଗ ସାଥି

କରୋନା କୁ ଯିବା ଜିତି ।


ବାହାଘର ବ୍ରତ ଭୋଜିଭାତ ଦେଇ

ରୋଗକୁ ଡାକିବା ନାହିଁ

ନିଜକୁ ରଖିଲେ ଦୂରେଇ ଦୂରେଇ

ରୋଗ ପାରିବନି ଛୁଇଁ

ସୁତୁରା ରହିଲେ ବେମାରୀ ବାପୁଡା

କରିପାରିବନି କ୍ଷତି

କରୋନା କୁ ଯିବା ଜିତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational