କରମା ପର୍ବ
କରମା ପର୍ବ
ଭଉଣୀ ରଖେଟି ବ୍ରତ ଭାଇ ପାଇଁ
ଭାଇର ସୁରକ୍ଷା ତହିଁ,
ସବୁ ବୈଭବରେ ପୂର୍ଣ୍ଣ ହେଉ ଭାଇ
ଭଉଣୀର ବ୍ରତ ଯହିଁ।
ପ୍ରକୃତି ପର୍ବଟି ଭାରତବର୍ଷର
କରମ ଡାଳର ପୂଜା,
ଭାଇ ଆଣି ଦିଏ କରମ ଡାଳକୁ
ପ୍ରାଙ୍ଗଣେ ହୁଏଟି ପୂଜା।
ଗାଡିବେ ଡାଳକୁ ରଖିବେ କାମନା
ଭାଇର ହେଉ ମଙ୍ଗଳ,
ପ୍ରକୃତି ବ୍ରତଟି କରିବ ସୁରକ୍ଷା
ପୂଜନେ ପ୍ରକୃତି ଡାଳ।
ସୁସଜ୍ଜିତ ହୋଇ ନାଚିବେ ଭଉଣୀ
ଭାଇର ମୃଦଙ୍ଗ ତାଳେ,
ରାତିସାରା ତହିଁ ମେଳୀ ହୋଇଥିବ
ନୃତ୍ୟ ସଙ୍ଗୀତର ବଳେ।
ବିସର୍ଜନ ଡାଳ ସକାଳୁ କରିବେ
ଉତ୍ସାହିତ ଥିବ ମନ,
ଦେବଟି ପ୍ରକୃତି ଭାଇର ସୁରକ୍ଷା
ବ୍ରତହେବ ସମାପନ।
ଆଜି
ଝାଡ଼ଖଣ୍ଡେ ବାଜିବ ମୃଦଙ୍ଗ
କରମା ସଂଗୀତ ପୁଣି,
ନୃତ୍ୟ ହେଉ ଥିବ ରାତ୍ରି ଉଜାଗର
ମନ ଆନନ୍ଦିତ ପୁଣି।
ସ୍ନେହ ଓ ଶ୍ରଦ୍ଧାର ପ୍ରକୃତି ପର୍ବଟି
ନାହିଁ ପଟାନ୍ତାର ଯାର,
ସମଗ୍ର ଭାରତେ ପାଳିତ ପର୍ବଟି
ଗୁଞ୍ଜୁ ଅଛି ଭକ୍ତି ଧାର।
ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି
କରମା ପର୍ବରେ ମୋର,
ହେଉ ଟି ସମୃଦ୍ଧ ଝାଡ଼ଖଣ୍ଡ ରାଜ୍ୟ
ଜୀବନେ କାମନା ମୋର।
ସମୃଦ୍ଧ ହୁଅନ୍ତୁ ରାଷ୍ଟ୍ରର ଜନତା
ହେଉ ରୋଜଗାର ଦ୍ବାର,
ଆତ୍ମନିର୍ଭରଟି ହୁଅନ୍ତୁ ଜନତା
ହେଉ ବିଶ୍ବାସର ଦ୍ବାର।
ପର୍ବ ଟି ପ୍ରକୃତି ଆଣିବ ବୈଭବ
ରାଷ୍ଟ୍ର ହେବ ବିଶ୍ବ ଗୁରୁ,
ସବୁ ଶକ୍ତି ରାଷ୍ଟ୍ରେ ହେବ ଆବିର୍ଭାବ
କାଳଟି ଅମୃତ ଶୁରୁ।