STORYMIRROR

Chinmaya Kumar Nayak

Comedy Romance

3  

Chinmaya Kumar Nayak

Comedy Romance

କପୁଲୁ ଚାଲେଞ୍ଜ

କପୁଲୁ ଚାଲେଞ୍ଜ

1 min
222

ଭଲା ଏ କପୁଲୁ ଚାଲେଞ୍ଜ କି ମନ୍ତର କଲା

ଟୋକାଠାରୁ ବୁଢ଼ା ଯାଏଁ ସେ ସଭିଙ୍କୁ ବାଇଆ କଲା।

ଘରେ ପଛେ ଚାଲୁ ନିତି ଫାଇଟିଙ୍ଗି

ଫେସବୁକରେ ଚାଲେ ମିଛରେ ସୁଟିଙ୍ଗି

ମିଛିମିଛିକା ଏ ଲୋକ ଦେଖାଣିଆ ଚାଲେଞ୍ଜ ପାଗଳ କଲା।। 


ହସର ମୁକୁତା ଝରିପଡୁଛି କି କପୁଲୁ ସେଲ୍ଫିରୁ ଦେଖ

ଆହା କି ସୁନ୍ଦର ଯୋଡ଼ି ଲାଗେ ଖାଲି କମେଣ୍ଟର ଭିଡ଼ ଦେଖ

ପ୍ରେମ ଆଜି ଏଠି ବିଜ୍ଞାପନ ସାଜେ ଘରେ ଚାଲେ ନିତି ପାଲା।।


ଅଭିଆଡ଼ି ଯେତେ ଛଟପଟ ହୋଇ କପୁଲୁଙ୍କ କାଢି ଖୁଣ

ବ୍ୟାଚଲର ହୋଇ ବିନ୍ଦାସ ବୋଲି ମିଛରେ ଖାଆନ୍ତି ରାଣ

ସିଙ୍ଗିଲି ବୋଲି ସେ ଭିତରେ କାନ୍ଦନ୍ତି ମୁହଁରେ ପକାଇ ତାଲା।।


ଫୋଟ ଉଠାର ଏ ପ୍ରରିଯୋଗୀତାରେ ଚାଲିଛି ଦେଖ କି ଖେଳ

ସୋସିଆଲ ମିଡ଼ିଆରେ ଚାଲିଛି ଏଠି ନକଲି ସଂସାର ଗୋଳ

ଅନ୍ୟକୁ ଜଳେଇ ନିଜେ ହସିବାର କେଜାଣି କି ଚାଲେ ପାଲା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy