Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saroj Kumar Jena

Inspirational

3  

Saroj Kumar Jena

Inspirational

କୋଣାର୍କ

କୋଣାର୍କ

1 min
217



ଦେଖ ଦେଖ ଉତ୍କଳ କାରୁ କୀର୍ତ୍ତି


  ଅର୍କ କ୍ଷେତ୍ରେ ପ୍ରତି ମୂର୍ତ୍ତି ,

ବାର ଶହ କାରିଗରଙ୍କ ଉତ୍ପତ୍ତି

   ରଚିଲେ କୋଣାର୍କ କୀର୍ତ୍ତି ।୧।

ଇତିହାସ ରଚିଲେ ସ୍ଵର୍ଣ୍ଣ ଅକ୍ଷରେ

   ବିଶ୍ଵ ମାନସ ପଟ୍ଟରେ ,

ଆଙ୍କିଛନ୍ତି ମୂର୍ତ୍ତି ନୀହଣ ମୁନରେ

   କାରିଗର ଧରି କରେ ।୨।

ମନେପଡୁଛି ରାଜା ଆଦେଶ କଥା

     ବଢାଏ ଦେଉଳ ଚିନ୍ତା ,

କଟିଥାନ୍ତା ସର୍ବ କାରିଗର ମଥା

    କା ' ମନେ ନଥଲା ଆସ୍ଥା ।୩।

ଚୂଳ ମାରିଲା ବାର ବର୍ଷ ବାଳୁତ

   ଧରମା ହେଲା ବିଖ୍ୟାତ ,

ରଖିଗଲା ଜାତିର ମାନ ମହତ

  ବିଶୁ ମହାରଣା ସୁତ ।୪।

ରଖିଲା କାରିଗର ମାନ ସମ୍ମାନ

    ଦେଲା ନିଜର ଜୀବନ ,

ସିନ୍ଧୁ ମଧ୍ୟକୁ କଲା ଲମ୍ଫ ପ୍ରଦାନ

   ହରାଇଲା ତାର ପ୍ରାଣ ।୫।

ରଖିଛନ୍ତି ମନେ ଜଗତର ଜନ

  ଧର୍ମପଦ ନାମ ଜାଣ ,

ପ୍ରଥମେ ପଡ଼ୁଛି କୋଣାର୍କ ମନ୍ଦିରେ

    ସୂର୍ଯ୍ୟ ଦେବଙ୍କ କିରଣ ।୬।

ବାର ବର୍ଷ ତପସ୍ୟା ହେଲା ସମ୍ପୂର୍ଣ୍ଣ

  ମନ୍ଦିର ହୋଇଲା ପୂର୍ଣ୍ଣ ,

ଝଲସିଲା ଚନ୍ଦ୍ରଭାଗାର ମୁହାଣ

    କୋଣାର୍କ ନାମଟି ଜାଣ ।୭।

...............................


   


Rate this content
Log in

Similar oriya poem from Inspirational