STORYMIRROR

Biswanath Nayak

Abstract

2  

Biswanath Nayak

Abstract

କଣ୍ଢେଇ -------

କଣ୍ଢେଇ -------

1 min
280

ମାଟି କଣ୍ଢେଇ ମୁଁ

ଦୁନିଆଁ ମଞ୍ଚରେ

କରିଯାଏ ଅଭିନୟ,

କେବେ ମିଳେ ତାଳି

କେବେ ପୁଣି ଗାଳି

କେବେ ହସ କେବେ ଲୁହ 

ହେଉ ରାଜା ଅବା

ପ୍ରଜାର ଭୂମିକା

ମିଳୁ ଜୟ ପରାଜୟ,

ନାହିଁ ମୋର ମନେ

ମାନ ଅପମାନ

କର୍ତ୍ତବ୍ୟ ମୋ ଅଭିନୟ

ଭୂମିକା ବଳରେ

ଅଭିନେତା କେବେ

ହୁଏନାହିଁ ବଡ ସାନ,

ଅଭିନୟ ଅଟେ

ତା ଜୀବନ ମନ୍ତ୍ର

କରଇ ତାକୁ ମହାନ

ଅଦୃଶ୍ୟ ନିୟତି

ସୂତାରେ ତ ବନ୍ଧା

ମୁଁ ଏକ ମାଟି କଣ୍ଢେଇ,

ଗର୍ବ ଅହଙ୍କାର

ରାଗ ଆଉ ରୁଷା

ମନେ ମୋର କିଛି ନାହିଁ

ମାଟିର କଣ୍ଢେଇ

ମାଟିରେ ମିଶିବି

ସେଥିକୁ ନାହିଁ ମୋ ଭୟ,

ଯେତେଦିନ ଯାଏ

ଥିବି ଏ ଧରାରେ

କରୁଥିବି ଅଭିନୟ

ଅଭିନୟ ବଳେ

କିଣିନେବି ଯଦି

ଏ ସାରା ଦୁନିଆଁ ମନ,

ଦୁନିଆଁ କାନ୍ଦିବ

ମୋ ନାଟକେ ଯେବେ

ହେବ ପରଦା ପତନ

ବିନା ଅଭିନୟେ

ମୁଁ ଅଟେ ଅସାର

ତାହା ମୋ ଜୀବନ ବ୍ରତ,

ଅଭିନୟ ହେଉ

ମୋର ପରିଚୟ

ଏହା ମୋ ବଜ୍ର ଶପଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract