STORYMIRROR

Chittaranjan Nanda

Comedy Others Children

3  

Chittaranjan Nanda

Comedy Others Children

କଣ ଫେରି ପାଇବା ଅତୀତକୁ

କଣ ଫେରି ପାଇବା ଅତୀତକୁ

1 min
159


ତମାମ ଝଡଝଞ୍ଜା ଭିତରେ ହସି ହସି 

କଟାଇବାକୁ ପଡେ ଜୀବନର ତରୀ

କୋମଳ ହୃଦୟ ସହିତ ଉତ୍ତର ଦାୟିତ୍ୱ 

ନେବାକୁ ପଡେ କଷ୍ଟ ପଥର ଯାତ୍ରୀ ।


ଭଗବତ ଘର ଓ ଟୁଙ୍ଗୀ ଆଉ ଦେଖିବାକୁ 

ମିଳୁନି, କଣ ଫେରି ପାଇବା

ପିଲାଦିନ କଟି ଯାଇଛି, ଭାବେ କଣ ସତରେ 

ଆଉ ଫେରି ପାଇବା ।


ସଂସାର ଯାତ୍ରାରେ କୋହ ଆଉ ଅସରନ୍ତି 

ଲୁହକୁ ପଡେ ଚାପି ରଖିବାକୁ

କୌଣସି ପ୍ରତିଦାନର ଆଶା ନରଖି କାର୍ଯ୍ୟ 

କରିବା ଛାଡିବାନି ନିଜ ତ୍ୟାଗକୁ ।


ସମୟ ବଡ ବଳବାନ, ଜୀବନ ନୌକାରେ 

ସଂସାରରୂପୀ ନଦୀକୁ ପାରି ହେବାକୁ 

ମନରେ ହସ ସୃଷ୍ଟି ନିମିତ୍ତ ଦରକାର କିଛି 

ହସେଇ ପାରିବା ଢଗ ଢମାଳିକୁ ।


ମନେ ପଡ଼େ ଆଜି କିଛି ଢଗ ଶୁଣି ଥିଲି 

ମୁଁ ମୋର ପିଲା ଦିନରେ

ପାଉନି ଖୋଜି ହ୍ୱାଟସ୍ଆପ, ଫେସବୁକ 

ଅବା ଇନଷ୍ଟାଗ୍ରାମ ଟ୍ୱିଟର ରେ ।


ସେ କଥା ଗୁଡିକୁ ଆଜି କାହିଁକି ମନେ ପଡୁଛି,

ଜାଣି ପାରୁନି

ବିଭିନ୍ନ ସମୟରେ ମନେ ପକାଇବାକୁ, ତାହା

ସବୁ ଲେଖୁଛି ।


ପର୍ବତ ଉପରେ ଘର କରିଥିଲି, 

ପବନ ଉଡେଇ ନେଲା

ତୁମ ପରି ସାଙ୍ଗ ପାଇ ଥିଲି, 

ଝୁରି ଝୁରି ମୋ ଦିନ ଗଲା 


ଉଡିଗଲା ଏରୋପ୍ଲେନ୍ ଛାଡିଗଲା ଧୂଆଁ, 

ବଡ଼ ଲୋକର ପୁଅ ତମେ ପଚାରିବ କିଆଁ I


ସାରୁ ପତରରେ ପାଣି ପଡିଗଲେ 

ପାଣି ହୁଏ ଟଳମଳ, 

ତୁମକଥା ମୋର ମନେ ପଡିଗଲେ 

ଆଖି ହୁଏ ଛଳଛଳ I


ଗୋଲାପ ଗଛରେ ବହୁତ କଣ୍ଟା, 

ତୁମ କଥା ମନେ ପଡେ ଘଣ୍ଟାକୁ ଘଣ୍ଟା I


ଟେବୁଲ ଉପରେ ଟମାଟୋ ଖଟା,

ସାଙ୍ଗକୁ ମୋର ଠିଆ ଗୋଇଠା I


ବାଡ଼ିରେ ଫଳିଛି ବାଇଗଣ, 

ସାଙ୍ଗକୁ ମୋର ଟେକିଆଣ I


ପୋଖରୀ ମଝିରେ ଫୁଟିଛି କଇଁ, 

ଗରିବ ସାଙ୍ଗକୁ ଭୁଲିବ ନାହିଁ l


ଶିବଙ୍କ ମଥାରେ ଫୁଲ ଚନ୍ଦନ, 

ନୂତନ ବର୍ଷର ଅଭିନନ୍ଦନ l


ଅରୁଆ ଭାତକୁ ଟମାଟୋ ଖଟା,

ସାଙ୍ଗକୁ ମୋର ଠିଆ ଗୋଇଠା l


ହାତୀ ଚାଲେ ଦମ ଦମ,

ନୂତନ ବର୍ଷକୁ ସ୍ୱାଗତମ l


ଇଟା ଉପରେ ଇଟା,

ପୁରୁଣା ବର୍ଷ କୁ ଟା ଟା l


ଟେବୁଲ ଉପରେ କାଚ ଗିଲାସ, 

ନୂଆବର୍ଷ ତୁମେ ଜଲଦି ଆସ l


ପଣ୍ଡ ସିନା ଶୁଖିଯାଏ ନଦ ନଦୀ

ସହଜରେ କେବେ ଶୁଖେନା, 

ତୁମେ ସିନା ଭୁଲିଯାଅ, ଆଇ 

କେବେ ଭୁଲେନା l


ଆମ ବାରିପଟେ ପାତଲଘଣ୍ଟା, 

ଚିଠି ପଢୁଥିବ ଘଣ୍ଟାକୁ ଘଣ୍ଟା l


ମଣ୍ଡା ପିଠା ଗୋଲ ଗୋଲ 

ସାଙ୍ଗଲୋ ମୋର କବାଟ ଖୋଲ l


ବାଟରେ ଖାଇବୁ ଗୁପଚୁପ 

ଚିଠି ପଢିବୁ ଚୁପ ଚୁପ l


Rate this content
Log in

Similar oriya poem from Comedy