Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUSRI SAHOO

Inspirational Others

2  

SUSRI SAHOO

Inspirational Others

କଲମ

କଲମ

1 min
1.6K


ନାଁ' ଟି ମୋର କଲମ,

ଆବାଳବୃଦ୍ଧବନିତା ସଖା,

ବିରହ ବେଦନା ମଲମ ||


ବାର୍ତ୍ତା ବହ ପ୍ରେମ ପ୍ରଣୟର,

କବି,ଲେଖକର ସାହିତ୍ୟ ସମ୍ଭାର,

ସଂସ୍କୃତି, ଭାଷାର ମୂଖ୍ୟ ସୂତ୍ରଧାର ||



ସ୍ମୁତି,ସ୍ଥିତି,ପ୍ରାଚୀନ କୀର୍ତ୍ତୀର,

ବେଦ,ପୁରାଣ ଲେଖାସାଥି ମୁନୀ ଋଷିଙ୍କର,

ବାର୍ତ୍ତା ବହ ମୁଁ ଅଟେ ସମାଜର ||


ବିଦ୍ୟାର୍ଥୀର ସଖା ଶୋଦର,

ଭାଗ୍ୟ,ଭବିଷ୍ୟ ଲେଖେ ଜୀବନର,

ଗୁରୁଙ୍କ ଲାଲ୍ କଲମ ଗାର ||


ସଂଗ୍ରାମୀର ମୁଁ ଶ୍ରେଷ୍ଠ ହତୀଆର,

କ୍ରାନ୍ତି ଆଣେ ବହେନି ରୁଧିର,

ଅସିଠାରୁ ବଳି ମୁଁ ବଳୀୟାର||


ମୋ କଲମ ମୁନରେ ବିଦ୍ରୋହର ସ୍ବର,

ସମାଜ ରକ୍ଷକ ହୁଅନ୍ତି ଜାଗୁଆର,

ବିହ୍ୟୁ ରଚନା କରେ ବିପ୍ଳବର ||


ଜଳାଇ ଥିଲି ଲେଲିହାନ ଶୀଖା,

ବୁଦ୍ଧି ହଜିଗଲା ଗୋରା ଫିରଙ୍ଗିର,

ଧୂଳି ଚଟାଇଲି ଭାରତ ମାଟିର ||


ଡରିଥାଏ ପାପୀ,ଅପରାଧି,କଳାବଜାରୀ,

ଦୁର୍ନୀତୀଗ୍ରସ୍ତ,ଧର୍ଷଣକାରୀ,

ବଜ୍ର ଠାରୁ ମୁଁ କଠୋର ||


ଦୁଃଖ ମୋର ଏତିକି,

ଯା ପାଖରେ ଥାଏ ତା ବୋଲ ମାନେ,

ମିଛ ହେଉକି ସେ ଦୁର୍ନୀତି ||


ଅପବ୍ୟବହାର ହୁଏ ମୋ କାଳି,

ଲଜ୍ୟାରେ ମୁଁ ଯାଉଛି ଝାଉଁଳି,

ମାନ ମହତ ମୋ ରଖ ସମ୍ଭାଳି ||


ଦେଉଅଛି ମୁଁ ଆଜି ଚେତାବତୀ,

ସୁଧୁରୀ ଯାଅ ରେ ମଣିଷ,

ଅଗ୍ନି ସ୍ଫୁଲିଙ୍ଗ ବିଛୁରିତ ହେବ,

ହେବ ତୁମ ସର୍ବନାଶ ||


ସୁଶ୍ରୀ ସାହୁ

ମେଘାଳୟ


Rate this content
Log in

Similar oriya poem from Inspirational