Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUJATA DAS

Classics

2  

SUJATA DAS

Classics

କଳାକାହ୍ନୁ

କଳାକାହ୍ନୁ

1 min
77


କଳାକାହ୍ନୁ ତତେ 

     ଭଲ ପାଏ କେତେ 

       କହି ମୁଁ ପାରିନି କେବେ, 

ହୃଦୟ ମନ୍ଦିରେ 

      ରଖିଛି ଲୁଚାଇ 

       ଦେଖିଲି ପ୍ରଥମେ ଯେବେ l

ମନେ ଡର ଭରେ 

      ଦେଖିଦେଲେ କେହି 

       ହୋଇଯିବୁ କାଳେ ପର, 

ଜଗତଟା  ଭାରି 

   ସ୍ୱାର୍ଥପର ତୋତେ 

      କରିଦେବ ମୋଠୁ ଦୂର l

ଜୀବନ ବାୟୁରେ 

   ମିଶିଛୁ ଏମିତି 

     କ୍ଷଣେ ପାରେନି ମୁଁ ଭୁଲି, 

ଭୁଲିଯିବି ଯେବେ 

   ହୃଦୟ ସ୍ପନ୍ଦନ 

      ଦେହ ଛାଡି ଯିବ ଚାଲି l

ମନ ମନ୍ଦିରେ ମୋ 

     ସାଇତି ରଖିଛି 

       ପ୍ରୀତି ଘୃତ ରାଶି ଦେଇ, 

ଆଲୋକିତ  ହୁଏ 

      ତୋ ପ୍ରୀତି ପରାଗେ 

        ପ୍ରଶ୍ୱାସ ରେ ବାୟୁ ହୋଇ l


Rate this content
Log in

Similar oriya poem from Classics