କଳା ମଚମଚ ରଙ୍ଗ
କଳା ମଚମଚ ରଙ୍ଗ
କଳା ମଚମଚ ରଙ୍ଗ
ଦିଲ୍ଲୀପ କୁମାର ସାହୁ
""""""""""""""""""""""""
ସୁନ୍ଦର ସୁନ୍ଦର ଆହାକି ସୁନ୍ଦର
ତୁମ ଅଧାଚାନ୍ଦ ନାଲି ଅଧର
ଚକାଚକା ତୁମ ଚକା ନୟନ ହେ
କଳା ମଚମଚ ରଙ୍ଗ ତୁମର .....
କିସୁନ୍ଦର ତୁମ ଦେଉଳ ଦୁଆର
ଧର୍ମ ଧନ କାମ ମୋକ୍ଷ ପ୍ରତୀକ
ପାଦ ଦେଉଦେଉ ମନ ପୁରିଯାଏ
ପରାଣରେ ଭରିଯାଏ ପୁଲକ
ନୀଳଚକ୍ର କୁ ତ ଚାହିଁ ଦେଲେ ପ୍ରଭୁ
ଦୁଃଖ ଅବସାଦ ହୁଅଇ ଦୂର....
ବାଇଶି ପାହାଚେ ବାଇଶି ଯୋଗିନୀ
ସରଗକୁ ସେତ ବାଟ ଦେଖାନ୍ତି
ଭକତ ମାନଙ୍କ ଆୟୁଷ ବଢଇ
ଭକ୍ତିରେ ପାହାଚେ ଗଡି ଗଲେଟି
ପାଟ ଅଗଣାରୁ ସାତ ପାହାଚ ଲୋ
ଚଢିଗଲେ ଦିଶେ ମୁହଁ ତୁମର...
ଗରୁଡ ପଛରୁ ଚାହିଁଲେ ତୁମକୁ
ହଳେ ଆଖିରୁ ତ ଗୋଟିଏ ଦିଶେ
ଅଜଣା ପୁଲକେ ମନ ହଜିଯାଏ
ସେ ଆଖିରେ ଯେବେ ମୋ ଆଖି ମିଶେ
ରତନ ବେଦୀରେ ଚତୁର୍ଦ୍ଧା ମୂରତୀ
ରୂପ ଦିଶେ ତୁମ କି ମନୋହର....
