Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Inspirational

3  

Sunanda Mohanty

Inspirational

କଳା ଗୋସେଇଁ

କଳା ଗୋସେଇଁ

1 min
225



କଳାଗୋସେଇଁ ହେ କଳାଗୋସେଇଁ

ତୁମର ତ ଠିକଣା ନାହିଁ

କେବେ ମଥୁରାରେ କେବେ ବୃନ୍ଦାବନେ

ଭାବ ଲଗାଇ ରହୁଛ ସାଇଁ

ଜଗତର ନାଥ ଆହେ ଜଗନ୍ନାଥ ଭଉଣୀ

ଭାଇ ସାଥିରେ ରତ୍ନବେଦୀରେ ଥାଇ

ଚକା ଚକା ଆଖି ଭିତରେ ବିଶ୍ଵ ବ୍ରହ୍ମାଣ୍ଡ

ଦେଖି କରି କରାଅ ତୁହି ହେ ଭାବଗ୍ରାହୀ

କସ୍ତୁରୀ ଦୟଣା ତୁଳସୀ ଚନ୍ଦନ ତୁମରି

ପାଇଁ ଭକ୍ତ ନେଇ ଆସନ୍ତି ଧାଇଁ 

ମନ ବୃନ୍ଦାବନେ ଭକ୍ତି ଭାବନାରେ ଭକ୍ତ

ଡାକେ ମହାବାହୁ ଜଗତ ସାଇଁ

କିଏ କହେ କଳାଗୋବିନ୍ଦ ବା କଳାଚାନ୍ଦ

ଚାନ୍ଦମୁହିଁ ଲକ୍ଷ୍ମୀ ଅବଢ଼ା ପରଷି ଥାଇ

କୈବଲ୍ୟ କଣିକା ସାଂଗରେ ଥିଲେ ଭକ୍ତ

ମନୋବାଞ୍ଛା ପୁରଣ ହୋଇ

ଦର୍ଶନେ ତୁମର ପାତକ ଛାଡି ସଭିଏଁ କହି

ହରେ ମୁରାରୀ ପତିତପାବନବାନା ଉଡ଼ଇ

ରଥଯାତ୍ରା କାଳେ ନନ୍ଦିଘୋଷ ତାଳଧ୍ଵଜ

ଦେବଦଳନ ରେ ସୁଭଦ୍ରା ମାଆ ରହି

ଆଡ଼ପ ମଣ୍ଡପେ ଆଡ଼ପ ଦର୍ଶନେ ଆଡ଼ପ

ଅଭଡ଼ା ପ୍ରସାଦ ପାଇ

ଭକ୍ତ ମୋକ୍ଷ ପାଏ ରୋଗ ଦୁଃଖ କଷ୍ଟ

 ଯନ୍ତ୍ରଣା ଯାଏ ଦୂରେଇ

କଳାଗୋସେଇଁ କଳାଗୋସେଇଁ କହି ଭକ୍ତ

ନାଚେ ତାଥେଇ ତାଥେଇ


Rate this content
Log in

Similar oriya poem from Inspirational