କିଏ ଜାଣିବ ତୁ କେମିତି ସତେ
କିଏ ଜାଣିବ ତୁ କେମିତି ସତେ
ଶୁଣୁଛୁ ବୋଲି ତୁ ଡାକୁଛି ତୋତେ ମୁଁ
ନ ଶୁଣିଲେ କିଏ ଡ଼ାକିବ ତୋତେ
ଦେଉଛୁ ବୋଲି ତୁ ମାଗୁଛିରେ ମୁହିଁ
ନ ଦେଲେରେ କିଏ ମାଗିବ ତୋତେ
ଶିଖାଇଛୁ କେତେ କଳାକଉଶଳ
ଦେଇଛୁ ତଜାଣିବାର ଶକତି
ପଥ ଦେଖାଇଛୁ ଯିବାକୁ ତୋପାଶ
ଅନ୍ତର ରେଦେଇ ଭାବଭକତି
ଦେଇ ତୁନଥିଲେ ଦେଖାଇ ନଥିଲେ
କିଏ ଜାଣିବତୁ କେମିତି ସତେ
ତୋର ଦୟାହେଲେ କାତ ମିଳିଯାଏ
ଦୁଃଖସାଗର ରୁ ହେବାକୁପାରି
ତୋ ଚରଣ ବିନା ନାହିଁ ଅନ୍ୟଗତି
ତେଣୁ ତୁ ବୋଲାଉ ପରମେଶ୍ୱର
ଦେଇ ଥାଉ ବୋଲି ଦୁଃଖ ଅସୁମାରୀ
ସଭିଏଁ ଡାକନ୍ତି ରକ୍ଷା ନିମନ୍ତେ
ନ ରଖିଲେ କିଏ ରଖିବ ମୋତେ
