STORYMIRROR

Manorama Mohanty

Abstract

3  

Manorama Mohanty

Abstract

କିଏ ଜାଣିବ ତୁ କେମିତି ସତେ

କିଏ ଜାଣିବ ତୁ କେମିତି ସତେ

1 min
209


ଶୁଣୁଛୁ ବୋଲି ତୁ ଡାକୁଛି ତୋତେ ମୁଁ 

  ନ ଶୁଣିଲେ କିଏ ଡ଼ାକିବ ତୋତେ 

ଦେଉଛୁ ବୋଲି ତୁ ମାଗୁଛିରେ ମୁହିଁ 

 ନ ଦେଲେରେ କିଏ ମାଗିବ ତୋତେ


ଶିଖାଇଛୁ କେତେ କଳାକଉଶଳ

  ଦେଇଛୁ ତଜାଣିବାର ଶକତି 

ପଥ ଦେଖାଇଛୁ ଯିବାକୁ ତୋପାଶ

  ଅନ୍ତର ରେଦେଇ ଭାବଭକତି 

ଦେଇ ତୁନଥିଲେ ଦେଖାଇ ନଥିଲେ 

   କିଏ ଜାଣିବତୁ କେମିତି ସତେ 


ତୋର ଦୟାହେଲେ କାତ ମିଳିଯାଏ 

  ଦୁଃଖସାଗର ରୁ ହେବାକୁପାରି 

ତୋ ଚରଣ ବିନା ନାହିଁ ଅନ୍ୟଗତି 

  ତେଣୁ ତୁ ବୋଲାଉ ପରମେଶ୍ୱର 

ଦେଇ ଥାଉ ବୋଲି ଦୁଃଖ ଅସୁମାରୀ 

  ସଭିଏଁ ଡାକନ୍ତି ରକ୍ଷା ନିମନ୍ତେ 

ନ ରଖିଲେ କିଏ ରଖିବ ମୋତେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract