କିଏ ଦେବ ଉତ୍ତର
କିଏ ଦେବ ଉତ୍ତର
ପଚାରିନି କେବେ ନୀଳ ଆକାଶକୁ
କେଉଁଠି ତା ଶେଷ ଥାଏ
ପଚାରିନି କେବେ ନୀଳ ସମୁଦ୍ରକୁ
ଜୁଆରିଆ କାହିଁ ହୁଏ ।
ପଚାରିନି କେବେ ଶ୍ରାବଣ ଋତୁକୁ
ବରଷା କାହିଁକି ଢାଳେ
ପଚାରିନି କେବେ ଭାଦ୍ରବ ମାସକୁ
ଭୋଦୁଆ ଆକାଶ ତଳେ
ସୂର୍ଯ୍ୟ କାହିଁକି ଜଳେ
ପଚାରିନି କେବେ ବରଷା ରାତିକି
ଅମା ଅନ୍ଧାର କୁଆଡୁ ଆଣେ
ପଚାରିନି କେବେ କୋଇଲିକୁ ମୁଁ ଯେ
କୁହୁ କିଏ କେତେ ଗଣେ ।
ପଚାରିନି କେବେ ମୌସୁମୀ ଜହ୍ନକୁ
ମଳିନ କାହିଁକି ଦିଶେ
ପଚାରିନି କେବେ ନୀଳକଇଁଟାକୁ
ଜହ୍ନ ଦେଖିଲେ କାହିଁକି ହସେ
ପଚାରିନି କ
େବେ ଶିଶିର ବିନ୍ଦୁକୁ
ମୁକ୍ତା ପରି କାହିଁ ଦିଶେ
ପଚାରିନି କେବେ ଜହ୍ନରାତିକୁ ମୁଁ
ଅମାବାସ୍ୟା କାହିଁ ରୁଷେ
ପଚାରିନି କେବେ ବସନ୍ତ ଋତୁକୁ
ବାସନ୍ତିକା କାହିଁ ହସେ
ପଚାରିନି କେବେ ମଳୟକୁ ଆବେଗରେ
ରଜନୀଗନ୍ଧା ର ବାସେ କାଶତଣ୍ଡୀ କାହିଁ ଫସେ
ପଚାରିନି କେବେ କାଳିଆସୁନାକୁ
ବଂଶୀ କଥା କି ସେ ଭାବେ
ପଚାରିନି କେବେ କଳାକାହ୍ନୁଙ୍କୁ ମୁଁ
କୋଇଲି ମିଠା କଣ୍ଠେ କିଆଁ ରାବେ
ପଚାରିନି କେବେ ରାଧା ମାଈ କି ମୁଁ
ଯମୁନା ଯିବାକୁ କାହିଁକି ମନା
ପଚାରିନି କେବେ ମୀରା ମାଈ କି ମୁଁ
କାଳିଆ ନା କାହ୍ନୁ କିଏ କଲା ଆନମନା ।।