STORYMIRROR

Sangita Mishra Satapathy

Comedy

2  

Sangita Mishra Satapathy

Comedy

କି କହିବି ମୋ ମାଇପ କଥା

କି କହିବି ମୋ ମାଇପ କଥା

1 min
62

ବୋଉଲୋ କି କହିବି 

ମୋ ମାଇପର କଥା

ସକାଳୁ ଉଠି ଦାନ୍ତ ନ ଘଷି

ବେଡ୍ ଟି ପିଅନ୍ତି ବସି

ମୁଁ ଟିକେକହିବାରୁ 

ହୋଇ ସେ ଗାରୁ ଗାରୁ 

କହନ୍ତି .. .....କହନ୍ତି  କହନ୍ତି ...........

ଯା ଯାଆ ଯାଆ " ହବି ତମେ ହେବନି ଆଉ

ମଫସଲ ଢଙ୍ଗ ସେତିକି ଥାଉ .. 

ନାଇଟ୍ ସୁଟ୍ ପିନ୍ଧି ଯାଆନ୍ତି ମର୍ଣ୍ଣି ଚାଲି

ଯୋଗ ବ୍ୟାୟାମ ନାଁ କୁ ଖାଲି

ଦେଖାଇ ହେବେ ଖାଲି ଷ୍ଟାଇଲ୍

ବଖାଣିବାକୁ ନିଜ ଫୁଟାଣି

କେତେ ରଂଗରେ ସେଲ୍ଫି ପୁଣି

ପିଜା ବରଗର୍ ମାଗିକି(ମ୍ୟାଗି)କୁ ଖାଇ

ଅଫିସ୍ ଯାଆନ୍ତି ଭ୍ୟାନିଟି ପକାଇ

ଫେରିଲେ ସେଠୁ ଅର୍ଡର ଖାଲି

ସତେ ଯେପରି ମୁଁ କାମବାଲୀ

ଘର ଝାଡୁ ବାସନମଜା

ପିଲାଙ୍କୁ ସ୍କୁଲ୍ ଛାଡିବା ଆଣିବା

ସବୁ ପରା ବୋଉ ମୋ ଡ୍ୟୁଟି

କାମ କଲେ ନଷ୍ଟ ହେବ (ତାଙ୍କ)ବିୟୁଟି

ବୋଉ ଲୋ କି କହିବି ଆଉ 

ମୋ ମାଇପ କଥା

ଶୁଣିଲେ ଘୁରିଯିବ ତୋ ମଥା

ସେ କାଳ ପଖାଳ ନାହିଁ ଲୋ ଆଉ

ରୋଷେଇ କରିବେ ଘରର ବୋହୂ

ମନ ମୋ ଖୋଜୁଛି ତୋ କୋଳ ବୋଉ

ପଖାଳ ସରାଗେ ବାଢି ତୁ ଦେଉ

କାନିରେ ମୁହଁ ମୋ ପୋଛି ଦେଉ

ସବୁ ତ ସପନ ହେଲାଣି ବୋଉ

ବୋଉଲୋ କି କହିବି 

ମୋ ମାଇପର କଥା ଆଉ

ଆଜି ପାଇଁ ପରା ଏତିକି ଥାଉ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy