STORYMIRROR

Bharatabandhu Biswal

Tragedy Inspirational Others

3  

Bharatabandhu Biswal

Tragedy Inspirational Others

ଖରାପ ରାସ୍ତା

ଖରାପ ରାସ୍ତା

1 min
162

ସମତଳ ନ ଥିବା ଖରାପ ରାସ୍ତା 

ଖାଲଖମା ପରିପୂର୍ଣ୍ଣ ବିପଦ ଜନକ ।

ସଙ୍କେତ ସୂଚନାହୀନ  ଗତିପଥ

ଅସହଜ ଲାଗେ ଯାତାୟତ ,

ଅକସ୍ମାତ ପଡିଯାଏ ବଡ଼ ବଡ଼

ଅନ୍ଧାରୁଆ ମୋଡ଼,

ନିକଟ ହେଉ ବା ଦୂରୁ

ପରିଷ୍କାର ହୁଏନାହିଁ ଦେଖି

ସବୁଆଡେ ଭଣଭଣ ଅସମ୍ଭାଳ ଭିଡ଼

ଖରାପ ରାସ୍ତାରେ ହି°ସ୍ର

ତୀବ୍ର ଅତି ଜୀବନର ଦୈ।ଡ଼ ।

ଖରାପ ରାସ୍ତା ଏକ ମରଣର ଯନ୍ତା

ପଥପାର୍ଶ୍ୱ ଲାଗେ ଶୂନ୍ୟ ଭାରି ନିଛାଟିଆ

ମିଳେନାହିଁ କଳ୍ପବଟ

ସମନ୍ୱିତ ଫଳ ବୃକ୍ଷ ଛାୟା,

ପାଦେ ପାଦେ ନ ହେଲେ ସତର୍କ

ଧନ ଓ ଜୀବନହାନୀ ଭୟ ଦୁର୍ଘଟଣା ।

ଜୀବନର ରାଜମାର୍ଗ ସମତଳ ସୁପ୍ରଶସ୍ଥ

ସହଜ ସୁଗମ୍ୟ

ଚଳାଚଳ ନିରାପଦ ନିୟାମକ

ହେଉ ସୁନିଶ୍ଚୟ ,

ସାବଧାନ ହୁଅନ୍ତୁ ସଜ୍ଜନ

ଅସମୟେ ଅକାରଣେ ପଥଭ୍ରଷ୍ଟ

ଲକ୍ଷ୍ୟଚ୍ୟୁତ ନ ହେଉ ପଥିକ

ଅବକ୍ଷୟ ନହେଉ ଜୀବନ ।

   


Rate this content
Log in

Similar oriya poem from Tragedy