STORYMIRROR

puspanjali das

Tragedy

3  

puspanjali das

Tragedy

ଖୋଲା ବହିଟିଏ...

ଖୋଲା ବହିଟିଏ...

1 min
215


ଜୀବନଟା ମୋର ଖୋଲାବହି ଟିଏ,

ସମୟ ସୁଅରେ,ମଲାଟ ଟି ଯାହା ,

   ବଦଳି ଟିକିଏ ଯାଏ...

ପୃଷ୍ଠା ପରେ ପୃଷ୍ଠା, ଲେଉଟି ଯେ ଚାଲେ,

କେତୋଟି ପୃଷ୍ଠା ତ ଅଧ ଛିଣ୍ଡା ହୋଇ,

    ବହି ଟିରେ ଝୁଲି ପଡେ...

ଆଉ କେତେପୃଷ୍ଠା, ଖାଲି ରହିଯାଏ,

ଲେଖନୀ ମୁନରୁ କାଳି ଶୁଖିଯାଏ,

    (ହେଲେ)ଆବେଗ ତା'ସାଥେ ଥାଏ...

ଦୁନିଆର ଭିଡ଼,ଆଡେଇ ତ ଦିଏ,

ନିଜର ଯା ହାକୁ ଭାବି ବସିଥାଏ

     ସିଏ ବି କି ପଢିପାରେ?

ରଦ୍ଦି କାଗଜର ଗଦାର ଭିତରେ,

ପୃଷ୍ଠା ସବୁ ଛିଣ୍ଡି ମିଶିଯାଏ,

      କେମିତି କେଜାଣି,ବହିର ମଲାଟ

      ତଥାପି,ହସ ଟିକେ ଧରି ଥାଏ...!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy