କହିପାରିବ କାହିଁକି
କହିପାରିବ କାହିଁକି
ଶୁଭେ ସତର୍କ ଘଣ୍ଟି
କେଵେ ଶ୍ଵାନର ଅପ୍ରାକୃତିକ ରଡି
କେଵେ ରାତ୍ରୀଚର ପକ୍ଷୀର କାଳ ରଡି
କେଵେ ଝିଟିପିଟି ପଡି
କୋଉ ସମ୍ଭାବନା ଇଏ
ବିଞ୍ଚି ବିଞ୍ଚି ଯିବି ଖଇ କଉଡ଼ି
ତୁମକୁ ଏକାନ୍ତେ ଛାଡି
ନା ନିଜ ମନରମଣିଷକୁ ଜାବୁଡି
ଧରିବାକୁ କରୁଥିବି ରଡି
ପାଏ ପଛେ ବିଶେଷଣ କଳିହୁଡି
ମୋ ଜିନିଷ କାହାକୁ ଦେଇପାରିବିନି
ବରଂ ବାନ୍ଧିନେବି ନିଜକୁ ଯମ ଦଉଡି
ଦେଇଛନ୍ତି ଯିଏ ନାହାଁନ୍ତି ଆଉ ସିଏ
ରଖିଛି ଭିଡି ଘୋଷାଡ଼ି
ପ୍ରଭୁ ବିଭୁ ପଦେ ପଡି
ଖେଳିଛି ଖଇ କଉଡ଼ି
କିଣିଛି ଖାଇଛି ପାମ୍ପୁଡ଼ି ହୋଇ ପିମ୍ପୁଡି
କିଏ ଆଗକୁ ନେଉଛି ଭିଡି
ପଛରୁ ଘୋଷାଡ଼ି
କହୁଛି ଯାଆ ନାହିଁ ଛାଡି
ହୁଏତ ଧନ ଓ ଶଙ୍ଖାଳି ମାଳି
ହୁଅନା ଅବୁଝା ପାଠ ଶାଠ ପଢି
କେତେ ଆଉ ପଡିବି କଚାଡି
ମନ ହୃଦୟ ଝୁମ୍ପୁଡ଼ି
ଝରେ ମାଟି ହୃଦୟରୁ କାନ୍ଥ ଯିବ ପଡି
ମନ ଭାରି ଅବୁଝା ଗଛ ପଡୁଛି ଉପୁଡି
କାହିଁକି ଏମିତି ସବୁ ହୁଏ କିଏ ଖୋଲିବ ପେଡି
ନିର୍ଣ୍ଣୟ ନେବାକୁ ବଳ ବୟସ ସମୟ ଗଲାଣି ଝଡି
ଜଗନ୍ନାଥ ଜାଣିଥିବେ ନୂଆବର୍ଷ
ଖାଲି ଝୁଡି ନା ଝୋଲିରେ ଦେବେ ନୂଆ ଝାଡ଼ି
