STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଖାଲିଟିକେ ଭୋକ ପାଇଁ...

ଖାଲିଟିକେ ଭୋକ ପାଇଁ...

1 min
13.9K


ବ୍ରହ୍ମାନନ୍ଦ ସ୍ଵାଇଁ


ଆଖିରେ ତା’ ତୁମେ

ଦେଖି ନାହଁ କିବା –

ସରଳ, ନିରୀହ,ବିଶ୍ଵାସ ଆଉ

ଭରସାର ସେଇ ସଜଫୁଟା ଟିକି ଫୁଲ...??

ମତାଲବି ତୁମ କୁଟିଳ ମନର

ଛଳୁଆ କଥାରେ

ହେଉଥିଲା ଯାହା

ତୁଚ୍ଛାଟାରେ ଝାଳ ମଲ

ନାଲି ଟୁକୁ ଟୁକୁ ଦଇଟି ଓଠୁ ତା’

ଝରୁଥିଲା ଯେଉଁ ମହୁ

ସ୍ନେହ, ସୋହାଗର ବାତ୍ସଲ୍ୟ ରାଗରେ

ଚୁମ୍ବନର କେତେ ଅଲିଭା ଦାଗରେ

ପ୍ରୀତି ଜଡସଡ଼ ହୃଦ ଆବେଗରେ

ଦେହ, ମନ, ସତ୍ତା ଭିଯାଇ ନିତି ସେ

ଆପ୍ଳୁତ ଖାଲି କରୁଥିଲା ଦିନେ –

ପ୍ରଚ୍ଛଦରେ ଯା’ର ସ୍ଵପ୍ନ, ସମ୍ଭାବନା,

ଆସା ଆଶ୍ଵାସନା

ହେଉଥିଲା ହାଉ ଯାଉ l

ହେଲେ, ପିଶାଚ ଆଖିରେ,

ମନରେ, ହୃଦରେ –

ଏତେ ନିଆଁ ତୁମ

ଲୁଚି ରହିଥିଲା କାହିଁ...

ଏଡେ ଟିକେ ତାର କଅଁଳ ଦେହରେ

ନିଜ କନ୍ୟା ଆଉ ମାଆ, ଭଉଣୀର

ଢଳ ଢଳ ଆଖି, ଛଳଛଳ ମୁହଁ,

କଳକଳ ସୁର.. କିଚିବି ଦିଶିଲା ନାହିଁ.....??

ଜାଲି ପୋଡି ସବୁ ଶେଷ କରିଦେଲ

ଉନ୍ମାଦ-ମତ୍ତ-ଦେହ ଗୋଟାକର

ଖାଲିଟିକେ ଭୋକ ପାଇଁ ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics