STORYMIRROR

Ipsita Ray

Tragedy

4  

Ipsita Ray

Tragedy

କେମିତି ରେ କାଳିଆ

କେମିତି ରେ କାଳିଆ

1 min
164

କେମିତି ତୋ ଚକାଆଖିରେ ଝରୁନି ଲୁହ

ତୋ ଭକତ ର ପରା ଆଜି ଦୁଃଖେ ଫାଟେ କୋହ,

ଦେଖିକି ପାରୁନୁ ସତେ ଏ ବିଭିଷିକା ରୁପ

ଧ୍ବଂସାଭିମୁଖୀ ହେଲାଣୀ ତୋର ଏ ସଂସାର ।।


କେମିତି ବସିଛୁ ତୁହି ରତ୍ନ ସିଂହାସନେ 

କୋଳଶୂନ୍ୟ ହୋଇ ଆଜି ତୋ ଭକତ କାନ୍ଦେ,

କାହିଁକି କରୁଛୁ ଶୂନ୍ୟ ଏତେ ମା'କୋଳ

ଯଶୋଦା ମା' କୋଳ କଥା ମନେ ପଡୁନି କି ତୋର ।।


କେମିତି ତୋ ରୋଷ ଘରେ କରୁ ଛପନ ଭୋଗ

ତୋ ଭକତ ପରା ଆଜି ଭୋକେ ମାଗେ ଭିକ ,

ଛପନ ପଉଟି ଖାଇ ଶୋଇଛୁ କେମିତି

ଶୂନ୍ୟମରୁ ସାଜେ ଆଜି ତୋର ଏ ପୃଥିବୀ ।।


ରତ୍ନ ସିଂହାସନୁ ଥରେ ଓହ୍ଲାଇ ତୁ ଆସେ

ନୃସିଂହ ରୁପେ ଅବତରି ଅସୁର ରୁପି କରୋନା କୁ ନାସେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy