କେମିତି ଚିହ୍ନିବେ
କେମିତି ଚିହ୍ନିବେ
ଚାମଚେ ସ୍ୱାଦ ମସଲାର ବୁଝିବା କଠିନ
ଲୁଣ ଶାଗ ଖାଇ ଜୀବନ ଯାଏ
ଯୁଗଯୁଗ ଧରି ଧନୀ ଗରୀବର
ପ୍ରାଚେରୀ ଏଠି ଠିଆହୁଏ l
ଗରୀବ ଲୋକଙ୍କ ରୋଷେଇ ଘରେ
ମସଲା ଲୁଣ ମିଳେ ନାହିଁ
ଘରର ଗୃହସ୍ଥ ମସଲା ଖୋଜେନି
ମଦ ବିନା ତାର ଚଳେ ନାହିଁ l
ମସଲାର ମୂଲ୍ୟ କେମିତି ବୁଝିବେ
ମଦ ସେମାନଙ୍କ ସ୍ୱର୍ଗ
ଘରଣୀ ପିଲାଏ ଖାଦ୍ୟ ଅଭାବରୁ
ଭୋଗନ୍ତି ଅନେକ ରୋଗ l
କଷ୍ଟର ପଇସା ମଦରେ ଉଡ଼ାନ୍ତି
ଘରେ କାନ୍ଦନ୍ତି ସର୍ବେ
ପିଲାଙ୍କ ଭବିଷ୍ୟତ ଅନ୍ଧାର ହେଉଛି
ମଦ ତାଙ୍କ ପାଇଁ ଆଗେ l
ପରିବାର ତାଙ୍କ ଦୁଃଖରେ କଟଇ
ନିତି ଝଗଡା ହୁଏ
ମସଲା ସେମାନେ କେମିତି ଚିହ୍ନିବେ
ଦୁଃଖରେ ତାଙ୍କର ଜୀବନ ଯାଏ l
