STORYMIRROR

Asish Kumar Sahu

Abstract Inspirational Children

3  

Asish Kumar Sahu

Abstract Inspirational Children

କାରଣ, ମୁଁ ଗୁରୁ

କାରଣ, ମୁଁ ଗୁରୁ

1 min
196

ଗୁରୁଦିବସ ପରେ ଏକ ଗୁରୁଙ୍କ ମୁଖନିର୍ଗତ ବାଣୀ :

"ପୂର୍ଣ୍ଣ କଲ ନୀତି,

ପାହିଗଲା ରାତି ଯେହ୍ନେ

କାହୁଁ ଗଲା ଭକ୍ତି?

ଲୋଡ଼ା ନାହିଁ ମୋର

ଏଇ ମୁଖା ପିନ୍ଧା ସତୀ,

ବିନା ଆଡ଼ମ୍ବରେ ପଛେ 

ସ୍ମର ମତେ ନିତି।

ଜ୍ଞାନ ମୋର ଆବୋରିଣ,

କୁକର୍ମେ ନ ମାତି,

ଉଚିତ୍ କର୍ମ କଲେ 

ହେବ ସୁଖ ପ୍ରାପ୍ତି ।  

କରନି କରନି ମୋର

ଏ ଛଳ ପୂର୍ଣ୍ଣ ଆରତୀ,

ଜ୍ଞାନ ର ସମ୍ମାନ କର

ମୁଁ ହେବି ତୁମ୍ଭ ସାରଥି।

ପ୍ରେମ, ଧର୍ମ, ସତ୍ୟ, ନ୍ୟାୟ

ପଥେ କର ଗତି

ଦୃଢ଼ ହେଉ ଛାତି 

ଜାଗୁ ତବ ଶକ୍ତି

ଉଜ୍ଜଳ ହେଉ ତୁମ ଭବିଷ୍ୟର ବତୀ 

ସଦା ସକାରାତ୍ମକ ଚିନ୍ତୁଥାଉ ତବ ମତି 

ଟଳିଯିବ ପଥୁ ତୁମ୍ଭ ସମସ୍ତ ଦୁର୍ଗତି

ସର୍ବଦା ମୁଁ ରହି ଅଛି ହୋଇ ତୁମ୍ଭ ସାଥୀ।" 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract