(((କାନ୍ତ ସ୍ମରଣ )))
(((କାନ୍ତ ସ୍ମରଣ )))
ଓଡିଶାର ଦେବାତ୍ମା କାନ୍ତ କବି ସେହି
ଆସଆଜି କାନ୍ତକବି ପ୍ରିତି ଗୀତ ଗାଇ
ଓଡିଶା ମାଟିର ଥିଲେ କବିଂକର ବର
ଦଳିତ ପତିତ ର ଥିଲେ ଅତି ଆଦର ର
ଧରିହୃଦେ ଭାତୃଭାବ ତେଜି ହିଂସା ମନୁ
ଦେଖ ତାଂକୁ ,କରୁଣା ଅଶୃ ଗଡାଇ ନୟନୁ
ସତ୍ୟରପୁଜାରୀ ନିତ୍ୟ ପ୍ରେମର ଭିକାରୀ
ଲାବଣ୍ୟ ମଣ୍ଡିତ ତନୁ ଭାଷାର ପ୍ରଭାରୀ
ଦୁଃଖୀର ନୟନ କୋଣୁ ପୋଛି ଅଶୃଧାର
ସେ ଦେବତା ଚିରକାଳ ସ୍ବଜନ ସୋଦର
ଭୋକିର ବେଦନା ବୁଝେ ଶୋଶୀର ପିପାସା
ମୁକ ମାନବର ବୁଝେ ଅନ୍ତର ର ଭାଷା
ହିଂସ୍ରେ ସିଏ ଦ୍ୟନ୍ତି ମୁହୁ
ପ୍ରେମ ଆଲିଂଗନ
ବିଷ-ସିନ୍ଧୁ ମନ୍ଥି କରେ ଅମୃତ କ୍ଷରଣ
ନକରନ୍ତି କାହାସଂଗେ ସ୍କନ୍ଧ ସଂଘର୍ଷଣ
ଦୁଃଖୀମନ ବୁଝିଥିଲେ ଆଉ ନରର କଷଣ
ରଚିଛନ୍ତି ଅପୁର୍ବ ଲୀଳା ନର ଭାଗ୍ୟ ନେଇ
ରୋଗାକ୍ରାନ୍ତ ଜୀବନଟା ଥିଲେ ସେ ବିତାଇ
ସେ ଦେବତା ଅମୃତର ଆମ୍ଭ ଚିରନ୍ତନ
ଅମରତ୍ବ ହେଉ ଆମ୍ଭ ଚିର ସର୍ବଗଣ୍ଠିଧନ
ଡାକନ୍ତି ସମୁଚ୍ଚେ ,ସରାଗେ କାନ୍ତକବିବୋଲି
ଶୁଣ ହେ ଥରେ ଆମ୍ଭ ଡାକ ସ୍ବର୍ଗ ଦ୍ବାର ଖୋଲି
ସ୍ଥାନ ମାତ୍ର ପଡିରହେ ନର ରହେନାହିଁ
ବୋଲ ସର୍ବେ ଜୟଜୟ ଦେବାତ୍ମା ଅଟଇ ।