STORYMIRROR

RAKESH SAHOO

Inspirational

2  

RAKESH SAHOO

Inspirational

କାନ୍ଦୁଛି ଓଡ଼ିଆ ସାହିତ୍ୟ

କାନ୍ଦୁଛି ଓଡ଼ିଆ ସାହିତ୍ୟ

1 min
14.2K



ଏକାନ୍ତରେ ଥରେ ସାହିତ୍ୟ ଭାବୁଛି

ଆଜିର ଜନତାଙ୍କୁ ଟିକେ ଦେଖୁଛି

ଧୀରେ ଧୀରେ ସବୁ କିଛି ବଦଳୁଛି

ସମୟ ସହିତ ଜଡିତ କଥା କିଛି ।।


ଓଡ଼ିଆ ସାହିତ୍ୟରେ କେତେ ଇଂରାଜୀ

ମାଡି ଗଲାଣି କେତେ ଯେ ଗରଜି

କେବେ ପାର୍ସି କେବେ ଆରବୀ

ଦିଶିଲାଣି କେତେ ଯେ ଛବି ।।


କେବେ ଆଞ୍ଚଳିକ ଭାଷାର ପ୍ରଚାର

କରିଦେଲାଣି ମୋତେ ଅତିସାର

ଖୋଜୁଛି ମୁଁ ଆଜି ପଡି ଉଠି

ମୋର ମୌଳିକତା ରହିଲା କୋଉଠି ।।


ସମସ୍ତେ ଏଠି ପ୍ରତିଷ୍ଠା ପଛରେ ଦୌଡ଼ନ୍ତି

ମୋ ସନମାନ କଥା କେବେ ଭାବନ୍ତି

ତଥାପି ମୋର ରହିଲା ଅନୁରୋଧ

ସମୟ ଦେଖି ମୋ କଥାକୁ ଟିକେ କରିବ ବୋଧ ।।


ରାକେଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational