STORYMIRROR

RAKESH SAHOO

Inspirational

3  

RAKESH SAHOO

Inspirational

ବାପାଙ୍କୁ ପଦେ

ବାପାଙ୍କୁ ପଦେ

1 min
13.7K


କେତେ ଖୁସିରେ ମୋ ଦିନ ବିତିଛି

ହସି ଖେଳି କେତେ ମୁଁ ନାଚିଛି ।।


ତୁମ ହାତ ଧରି କୁନି ପାଦେ ଚାଲି ଶିଖିଛି

କେବେ ଝୁଣ୍ଟିଛି କେବେ ପଡିଛି ।।


ହେଲେ ପଡିବାର ମୋତେ ଡର ନଥିଲା

କାରଣ ତୋଳି ନେବାକୁ ତୁମ ହାତ ଥିଲା ।।


କାହିଁକି ମୋତେ ଅନ୍ୟ ହାତରେ ଦେଉଛ

ଏତେ ସ୍ନେହ ଶ୍ରଦ୍ଧା କଣ ହୋଇଗଲା ତୁଛ ।।


ଦୁନିଆ କେବେ ମୋତେ ବୁଝିପାରିପାରିବନି

ତୁମ ପରି ଭଲ ପାଇବା ଦେଇପାରିବନି ।।


ମନ କଥା ମୋର କେହି ବୁଝିବେନି

ସମ୍ମାନ ମୋର କେହି ରଖିବେନି ।।


ତୁମ ଛଡା କିଏ ହେବେନି ନିଜର

କାମ ସରିଗଲେ କରିଦେବେ ପର ।।


ମନ କଥା ମୁଁ ଯେ କାହାକୁ କହିବି

ସ୍ୱାଧୀନତା ମୋର ସବୁ ହରାଇବି ।।


ବଞ୍ଚିବାକୁ ଚାହେଁ ତୁମ ଝିଅ ହୋଇ

ଆଉ କିଛି ପରିଚୟ ମୋର ଆବଶ୍ୟକ ନାହିଁ ।।


ରାକେଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational