STORYMIRROR

RAKESH SAHOO

Others

2  

RAKESH SAHOO

Others

ଜୀବନ ସାଥି

ଜୀବନ ସାଥି

1 min
13.9K


ଜୀବନ ଜୀଇବା ପାଇଁ ବନ୍ଧୁଟିଏ ଦରକାର

ହୋଇଥିବ ମନ ତାର ଅତି ସୁନ୍ଦର ।।

ହୃଦୟରୁ ଝରୁଥିବ କରୁଣାର ଧାର

ସହଜ ସରଳ ହୋଇଥିବ ଜୀବନ ତା’ର ।।

ମୁହଁ ଦେଖି ବୁଝିଯାଉଥିବ ମନର କଥା

ଭାବନାରେ ଦେଉନଥିବ କେବେ ଯେ ବ୍ୟଥା ।।

କଥାରେ ଝରୁଥିବ ସତ୍ୟତାର ପ୍ରକାଶ

ମାଡୁନଥିବ ମିଥ୍ୟା କେବେ ତାର ପାଶ ।।

କହିବାକୁ ଇଚ୍ଛା ହୁଏ ମନର ସବୁ କଥା

ଶୁଣୁଥିବ ଡେରି କାନ ସବୁ ମନର ବ୍ୟଥା ।।

ଆସୁ ଯେତେ ଝଡ଼ ଝଞ୍ଜା ଆସୁ ଯେତେ ଦୁଃଖ

କେବେ ବି ହେବନି ସେ ମୋ ଠାରୁ ବିମୁଖ ।।

ଏ ଜୀବନ ଥିବା ଯାଏ ଛାଡିବନି ହାତ

ଆମ ବନ୍ଧୁତାର ଉଦାହରଣ ରଖିବ ଜଗତ ।।

 ରାକେଶ ସାହୁ


Rate this content
Log in