STORYMIRROR

RAKESH SAHOO

Inspirational

3  

RAKESH SAHOO

Inspirational

ବନ୍ଧୁପରି ବନ୍ଧୁଟିଏ

ବନ୍ଧୁପରି ବନ୍ଧୁଟିଏ

1 min
14K


ସମାଜର ଭିଡରେ ଖୋଜୁଥିଲି ମନଟିଏ

ହୋଇଥିବ ସେ କୋଟିଏରେ ଗୋଟିଏ ।।

ସରଳ ସୁନ୍ଦର ଜୀବନ ଯାପନ

ଦେବନି ଯେ ଦୁଃଖ ଆଉ ଅପମାନ ।।

ହୋଇଥିବ ସେ ବନ୍ଧୁପରି ବନ୍ଧୁଟିଏ

ମନ ଜାଣି ମଧୁର କଥା କହୁଥିବ ସିଏ ।।


କିନ୍ତୁ !!!!!!


ଏପରି ଲୋକ ମିଳିବା କଷ୍ଟ

କରିବିନି ଜମା ସମୟ ନଷ୍ଟ ।।

ହେବ କି ତୁମେ ପ୍ରଭୁ ବନ୍ଧୁ ମୋର

ଅର୍ଜୁନଙ୍କୁ କଲ ସଖା ତୁମର ।।

ଦ୍ରୌପଦୀଙ୍କୁ କଲ ତୁମେ ସଖି

ଉତ୍ତମ ବନ୍ଧୁତ୍ୱ ପାଇଲା ସେ ନିରୀମାଖୀ ।।


କରିଥିଲ ସୁଦାମକୁ ତୁମେ ନିଜ ସଖା

ଅନେକ କଷଣୁ ରକ୍ଷା କଲ ତୁମେ ଏକା

କରିନିଅ ବାରେ ମୋତେ ତୁମ ବନ୍ଧୁ

ତୁମ ଥିଲେ ସାଥେ ଲଙ୍ଘିଯିବି ସାତ ସିନ୍ଧୁ ।।


ଦେଖାଅ ଥରେ ତୁମ ଦିବ୍ୟ ଶ୍ରୀମୁଖକୁ

ସୁନ୍ଦର ସୁକୋମଳ ସୁବାସିତ ଶରୀରକୁ ।।

କୁହନ୍ତି ସମସ୍ତେ ତୁମ ଅଟ ନିରାକାର

ମୋ ପାଇଁ ଥରେ ମାତ୍ର ହୁଅ ସାକାର ।।

କରିପାରୁନି ଜପ ତପ ଅବା ଯଜ୍ଞ

ସ୍ନେହର ଆହୁତିକୁ କରୁଛି ମୁଁ ଅର୍ଘ୍ୟ ।।

ରହିଥିବ ସଦା ମୋହରି ସାଥେ

ଯିବାକୁ ଦେବନି କେବେ ବିପଥେ ।।

ଏତିକି ମୋହର ତୁମ ପାଶେ ଅଳି

ବାକି ତୁମ ଇଛା ଯାହା ବନମାଳୀ ।।


ରାକେଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational