STORYMIRROR

Maheswar sahoo

Romance

3  

Maheswar sahoo

Romance

କାନ୍ଧିବୁ କି କହ

କାନ୍ଧିବୁ କି କହ

1 min
320

ମୋ ହୃଦ ସ୍ପନ୍ଦନ, ମୋ ମନ ସପନ,

ଚାହିଁଥାଏ ତୁହି ତୁଉ

ମରିଗଲେ ମୁହିଁ, କାନ୍ଧିବୁ ନାହିଁ ଲୋ,

ତୋ ପରି ଅଛି କେ ଆଉ

ହରିଣ ନୟନା, ସୁକୁମାରି ତନୁ,

କେଶ ଗୁଛ ଘନ ମେଘ

ଉର୍ବଶୀ ମେନକା, ପଡିଯିବେ ଫିକା,

ତୁଳନାକୁ ନାହିଁ ରାଘ

ତୋର ସ୍ନେହ ପ୍ରୀତି, ତୋର ପ୍ରେମ ରୀତି,

ଭୁଲି କେ ପାରିବ କହ

ନଜର ବୁଲେଇ, ନ ଦେଖୁ ଇତରେ,

ମମତା ମୟୀ ତୋ ସ୍ନେହ

ଦିନେ ନ ଦେଖିଲେ, ହୋଇ ଯାଉ ବାୟା,

କ୍ରନ୍ଦନ କରୁ ତୁ ଯେତେ

କେତେ ଅଭିମାନ, କେତେ ରାଗ ରୋଷ,

ବିଧା ମୁଖୀ ମାରୁ କେତେ

ଚାହିଁ ଦେଲେ ତୁହି, ଆଖି ତୋର କହେ,

ତୋ ହୃଦ ଅକୁହା କଥା

ବୁଝି ନେଇଥାଏ, ତୋ ଚକ୍ଷୁ ଇଙ୍ଗିତ,

ଲାଜରେ ନଇଁଲେ ମଥା

ଏତେ ଆପଣାର, ହୋଇ ଗଲା ପରେ,

ଦୂରତା ଅସହ୍ୟ ମୋର

କେମିତି ବଞ୍ଚିବୁ, ମୁହିଁ ମଲା ପରେ,

ଛାଇ ହୋଇ ଥିବି ତୋର

କାନ୍ଧିବୁ ନାହିଁ ଲୋ, ମାନିନି ଜାମିନି,

ଥିବି ପାସେ ସଦା ତୋର

ତୋ ପାଇଁ ବଞ୍ଚିବି, ଜନମ ଜନମ,

ଜୀବନ ସାଥି ତୁ ମୋର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance