କାନଭାସ ର ପ୍ରେମିକା
କାନଭାସ ର ପ୍ରେମିକା
କିଏ ସେ ବିନ୍ଧାଣି ଆଙ୍କି ଅଛି ତୁନୀ
ଧରି ତାର ରଙ୍ଗ ତୂଳୀ ,
କଳା ମେଶି କେଶ ତାର ସ୍ମିତ ହସ
ତନୁଟି ସଙ୍ଗେ ଶ୍ୟାମଳୀ
ଦେଖି ତାର ଛବି ଦେଲି ଟିକେ ଭାବି
ସିନ୍ଧୁ କୂଳେ ମୁହିଁ ବସି ,
ଅନ୍ତରୀକ୍ଷ ପରୀ ହେବେ ନାହିଁ ସରି
ଲାଗିଲା ଷୋଳ ବୟସୀ
ଲାଗେ ସେ ଜୀବିତ ମାରୁଥାନ୍ତି ହାତ
କେତେ କେତେ ଜନ ଗଣ ,
ଭାବିଣ ନିଜର ଛୁଇଁଣ ଅଧର
ଦେଲି ମୁଁ ତାକୁ ଚୁମ୍ବନ
ଜିଣି ନେଲା ମନ ଦେଖି ମୁଁ ସେଦିନ
ଏହିଯେ ଚିତ୍ର ତରୁଣୀ ,
ଭାବିଲି ସେଦିନ ସଦା ଚିର ଦିନ
କରିବି ତାକୁ ଘରଣୀ
ଲେଖି ଦିଅ ଲିପି ଶୁଣ ଚିତ୍ର ଶିଳ୍ପୀ
ପାଉଛି ତାହାକୁ ଭଲ ,
ନେବି ମୁଁ ତାହାକୁ ତୁମେ ଦିଅ ତାକୁ
କୁହ ତାର କେତେ ମୂଲ
ମନର ମାନସୀ ଜିଣି ନେଲା ହସି
ଭାବିଲି ତାକୁ ପ୍ରେମିକା ,
ଜିଣି ନେଲା ମନ ମୋର ପ୍ରାଣଧନ
ଆଉ ନୁହେଁ ମୁହିଁ ଏକା
ଏହା ଶୁଣି ଶିଳ୍ପୀ ତୁଣ୍ଡ ତାର ଚାପି
ମଉନେ ମାରିଲା ହସ ,
କହିଲା ସେଦିନ ଧ୍ୟାନ ଟିକେ ଶୁଣ
ସେ ଅଟେ ଯେ କାନଭାସ
ଆଣିଲି ତାହାକୁ ସଦା ଦେଖିବାକୁ
ମନ କିନ୍ତୁ ହେଲା ଫିକା ,
ଚିର ଦିନ ପାଇଁ କାନ୍ଥେ ଝୁଲୁ ଥାଇ
କାନଭାସ ର ପ୍ରେମିକା

