STORYMIRROR

Chittaranjan Lenka

Inspirational Abstract

2  

Chittaranjan Lenka

Inspirational Abstract

କାଳିଆ ଠାକୁର

କାଳିଆ ଠାକୁର

1 min
13.1K


ତୋ ରୂପ ଦେଖିଛି ଯିଏ କହୁଅଛି

ମିଛ କହୁଛି ନା ସତ

ତୋତେ ଜାଣିନାହିଁ ଯିଏ ବି କହୁଛି

ଅଟେ କି ତାହା ଯଥାର୍ଥ ?

କୀଟ ଠାରୁ ଛୋଟ ମେରୁ ଠାରୁ ବଡ

ଅଟେ ଯାହାର ଆକାର

ତା ରୂପ କେମିତି କିଏ ସେ ଦେଖିଲା

ଏହି ପ୍ରଶ୍ନ ଅଟେ ମୋର ??

ବିବେକ ରୂପରେ ଅନ୍ତର ଭିତରେ

ଯିଏ ସଦା ରହିଥାଏ

ତାକୁ ଜାଣେ ନାହିଁ ଯିଏ କହୁଥାଇ

ସତ କି କହୁଛି ସିଏ ???

ସବୁ ରୂପ ଧରି ସବୁଥିରେ ଭରି

ରହିଛୁ ତୁହି କାଳିଆ

ମନ ଦେଖି ଦେଇ ସ୍ଵଚ୍ଛ କାହା ପାଇଁ

କା’ ପାଇଁ ସାଜୁ ଗୋଳିଆ

ଚିତ୍ତରଞ୍ଜନ ଲେଙ୍କା,

କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational