STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

କାଳିଆ ଆସିବ ରଥ ଯାତରା

କାଳିଆ ଆସିବ ରଥ ଯାତରା

1 min
200


କାଳିଆ ଆସିବ ରଥ ଯାତରାରେ

 ଭାଇ ଭଉଣୀଙ୍କୁ ନେଇ

ନବ ଯୌବନରେ ଦେଇ ଦରଶନ

 ରତ୍ନ ସିଂହାସନେ ଥାଇ

ଆହା ମୋ କଳା ଗୋସାଇଁ।


ତିନି ରଥ ପରା ହୋଇଛି ସଜ

କାଳିଆ ଧନ ମୋ ବାନ୍ଧିଛି ପାଗ

ଧାଡ଼ି ପହଣ୍ଡିରେ ଆସିବେ ରଥକୁ

ପତିତ ତାରିବା ପାଇଁ।

ଆହା ମୋ କଳା ଗୋସାଇଁ,,,


ରଥ ଚଢ଼ି ଜଗା ଆସିବ ଧାଇଁ

ଲକ୍ଷ ଲକ୍ଷ ଭକ୍ତ ସଙ୍ଗତେ ନେଇ

ଗୁହାରୀ ଶୁଣିବ ଆରତ ହରିବ

 ପାପ ସବୁ ନେବ ଧୋଇ।

 ଆହା ମୋ କଳା ଗୋସାଇଁ,,,,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational