STORYMIRROR

Anil Kumar Parhi

Inspirational

3  

Anil Kumar Parhi

Inspirational

କାଲି ଭୁବନେଶ୍ବର

କାଲି ଭୁବନେଶ୍ବର

1 min
13.7K


କାଲି ଭୁବନେଶ୍ବର

ଆଜି କଟକରେ

ଛାଇ ଗାଏବ।

ଗଛମାନେ ଅନୁତପ୍ତ

ନିଜ ଛାଇରେ ନିଜେ

ଠିଆହୋଇ ଛାଇପହୁଁଥିବା

ମ୍ଳେଛମାନେ ଉତ୍ତପ୍ତ।

ପୂର୍ବାହ୍ନ କି ମଧ୍ୟାହ୍ନ

ଅବା ଅପରାହ୍ନ

ଦୀର୍ଘ, ମଧ୍ୟମ, କ୍ଷୁଦ୍ର ଛାଇନାହିଁ

ବଡ ନାଇଁ, ଛୋଟନାଇଁ

ଗୋଡ ବାଜିଗଲେ

ଦୋଷ ନାଇଁ।

ଜହ୍ନଦିନମାନଙ୍କରେ ବାତାନୁକୁଳିତ ଛାଇ

ଏବେ ରାତିରେ

ଯାଇଛି ମିଳେଇ।

ଆଖି ନାଇଁ, କାନ ନାଇଁ

ବାଜିଗଲେ ଦୋଷ ନାଇଁ।।

ଯାହାର ଛାଇନଥାଏ

ସେ ପ୍ରେତ

ତ କାଲିଠାରୁ ଭୁବନେଶ୍ବର

ଆଜି ଠାରୁ କଟକର

ସବୁ ଲୋକ ମୃତ।

ମୁଁ ବି ଗୋଟେ ଆତ୍ମା

ତମେ ବି,

ଆସନା ବସିବା ସଙ୍ଗାତ।

ଭଙ୍ଗା ମାଠିଆରେ

ବଜେଇବା ବାଜା

ଓସ୍ତ ଡାଳରେ

ବାଦୁଡି ପରି ଝୁଲି

କରିବା ପଞ୍ଚାୟତ।

କିଛି ଜାଲ ପିନ୍ଧି କହୁଥିଲେ ବସ୍ତ୍ର

କିଛି ଢାଲ ଉହାଡରେ

ବାନ୍ଧୁଥିଲେ ଲାଜ।

ଭଲକଥା

ଧିଅ ପାଇଁ ଲୁଗା ଲୋଡାନାଇଁ

ଭଲକଥା ବୁଲିବା ଲଙ୍ଗଳା

ଆଉ ଲାଜ ଲୋଡା ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational