କାହିଁକି ହେ ମୋତେ ଭଲ ପାଅ
କାହିଁକି ହେ ମୋତେ ଭଲ ପାଅ
ମୁଁ କାନ୍ଦିଲେ ତୁମେ କାଂଦ
ମୁଁ ହସିଲେ ତୁମେ ହସ
ମୋ ସଂଗେ ସଂଗୀତ ଗାଅ
ମୋ ମନ ଆକାଶ ତଳେ ରୁପେଲି ଚାଂଦ ସାଜି
କାହିଁକି ହେ ମୋତେ ଭଲ ପାଅ ?
ମୋ ପ୍ରେମ ରାଇଜରେ ତୁମେ ରାଣୀ
ତୁମ ଚାହାଣୀରେ ନିଅ ମନ କିଣି
ଆସିବା ପଥକୁ ତୁମେ ଚାହିଁଥାଅ
ମୁଁ ଖାଇବା ପରେ ତୁମେ ଖାଅ
ମୁଁ ଶୋଇବା ପରେ ତୁମେ ଶୁଅ
କାହିଁକି ହେମୋତେ ଭଲପାଅ ?
କାକର ଭିଜା ଏ ରାତିରେ
ଏକା ଏକା ରୁହେ ବାହାରେ ସାଥୀରେ
ମନେ ପଡେ ଆଜି ତୁମ କଥା ଏତେ
ଥାନ୍ତ ଯଦିନା ମୋର ପାଶେ ସତେ
ତରଳି ଯାନ୍ତା ହୃଦୟ
ଛଳ ଛଳ କରି କଳା ନୟନ ରେ
କୁହନ୍ତ ହୋଇଣ ସଦୟ
କାହିଁକି ହେ ମୋତେ ଭଲ ପାଅ ?
ମୋ ମନ ସାଗର କୁଳେ
ମନ ପକ୍ଷୀ ଝୁରିମରେ
କେତେବା ସହିବି ଏକା
ରହି ପାରୁନି ଏଠାରେ
ଲେଖୁଛି ତୁମ ପାଇଁ
ଯେତେକ ଏ କବିତା
ଥରେ ପଢିଦେଇ ବୁଝିଯାଅ
ତୁ ମାନସୀ ପ୍ରେୟସୀ ଯାହାହୁଅ
କାହିଁକି ହେ ମୋତେ ଭଲ ପାଅ ?

