Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Tragedy Inspirational

3  

Ajit Kumar Raut

Tragedy Inspirational

କାହିଁକି ଆତଙ୍କିତ କର ଜଗନ୍ନାଥ

କାହିଁକି ଆତଙ୍କିତ କର ଜଗନ୍ନାଥ

1 min
210



ହେଲା ହେଲା ବଲି ସର୍ବେ କହୁଛନ୍ତି


କେହି ନ କୁହନ୍ତି ହେଲା,


ଯଦୁବଂଶ ପରି ଶେଷ ସମୟରେ 


ହେଲା ହେଲା ହେଉ ଥିଲା।


ସମୟର ଚକ୍ର ଅତି ଅତି ଭୟାଭୟ


ପ୍ରଭୁହିଁ ଜାଣନ୍ତି ସବୁ,


ନୀଳା କରୁଥାନ୍ତି ଏ ମହି ମଣ୍ଡଳେ


ଅଦୃଶ୍ୟେ ଜନଙ୍କୁ ସବୁ।


ମହାମାରୀ ଏହି ଅତ୍ୟାଚାରୀ ଏହି


ମାଡି ଆସିଅଛି ଦେଶେ,


କରୋନା ରୋଗଟି ବଡ଼ ଦୂରାଚାରି


ଭୟଭୀତ କରେ ଦେଶେ।


ଯାହା ଆବଶ୍ୟକ ପ୍ରୟୋଗ କରନ୍ତି


ଖୁସି ନାହିଁ କାର ମନେ,


ପ୍ରଭୁଙ୍କ ଧ୍ୟାନରେ ଜୀବନ ଅର୍ପଣ


କରି ଦେଇଛନ୍ତି ଜନେ।


ଗାଆଁ ଗହଳୀରୁ ଶହର ପର୍ଯ୍ୟନ୍ତେ


ହେଲା ହେଲା ରାବ୍ ଶୁଭେ,


ଭୟାଭୟ ଏହି କରୋନା ଯନ୍ତ୍ରଣା


ରୋଦନର ରାବ୍ ଶୁଭେ।


କରୋନାର ଟିକା ଲାଗୁଅଛି ଦେଶେ


ବୈଜ୍ଞାନିକ ବଳେ ଆଜି,


ଆତ୍ମନିର୍ଭରଟି ଦେଶ ହେଇ ଅଛି


ଜନତା ସେବାରେ ଆଜି।


ଦୂରାଚାରି ରୋଗ ଆତଙ୍କିତ କରେ


ସମୟର ଚକ୍ରେ ଏହି,


ନିରାଶ ନ ହୋଇ ଆଗକୁ ବଢିବା


ଦୂର ହେବ ସବୁ ଏହି।


ଟିକା ଲଗାଇଣ ମାସ୍କକୁ ପିନ୍ଧିଣ


ଦୂରତା ରଖିବା ସର୍ବେ,


ଆପେ ଆପେ ହେବ ବିନାଶଟି ତାର


ଆନନ୍ଦଦେ ରହିବେ ସର୍ବେ।


ଜଗନ୍ନାଥ ପ୍ରଭୁ ସୁଦୟା କରିବେ


କରୋନା ହୋଇବ ଦୂର,


ପ୍ରଭୁଙ୍କ କରୁଣା ଅବଶ୍ୟ ମିଳିବ


ନ ରହିବ କଷ୍ଟ କାର।


ହେଲା ହେଲା ବଲି ସର୍ବେ କହୁଛନ୍ତି


କେହି ନ କୁହନ୍ତି ହେଲା,


ଯଦୁବଂଶ ପରି ଶେଷ ସମୟରେ


ହେଲା ହେଲା ହେଉ ଥିଲା।




Rate this content
Log in

Similar oriya poem from Tragedy