STORYMIRROR

kamal kumar dash

Romance

2  

kamal kumar dash

Romance

କାହାଣୀ ତୁମର ମୋର

କାହାଣୀ ତୁମର ମୋର

1 min
2.9K

ହୃଦୟ ଭିତରେ ପ୍ରୀତି ଫରୁଆରେ 

   ସାଇତା ତୁମରି ସ୍ମୃତି 

କେବେ ଜିଇ ଉଠେ ମାନେ ଝଡ଼ ଉଠେ 

   ଭାଙ୍ଗି ଦିଏ ସବୁ କିଛି 


ତୁମରି ସ୍ମୃତିରେ ତୁମରି ପ୍ରୀତିରେ 

     ଲେଖା ଏ କବିତା ମୋର 

ମନ କାଗଜ ରେ    ଦି ଟୋପା ଲୁହରେ 

    କାହାଣୀ ତୁମର ମୋର 


ଏଇସେ କାହାଣୀ  ମୁଁ ରାଜା ତୁ ରାଣୀ 

   ହୃଦୟେ ଯାଇଛି ରହି 

ଦରଦୀ ମନରୁ   ଲିଭେନI ତୋ କଥା 

   ଲୁହ ହୋଇ ଯାଏ ବୋହି 


ଜୀବନଦୀପରେ ସମ୍ପର୍କ ତେଲରେ 

   ପ୍ରୀତିର ଦୀପାଳି ଜାଳି

ତୁମ ଚଲାପଥ  କୁସୁମିତ ହେଉ 

    ପ୍ରଭୁଙ୍କୁ ଏତିକି ଅଳି 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance