Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aparti Charan Sethi

Comedy

3  

Aparti Charan Sethi

Comedy

କ'ଣ ଆଜ୍ଞା ଭୁଲ୍ କହିଲି?

କ'ଣ ଆଜ୍ଞା ଭୁଲ୍ କହିଲି?

4 mins
208


 ଆଜି ସ୍କୁଲରେ ଚାଉଳ ମିଳୁଛି । ଯଦୁସାର୍ ଦଣ୍ଡି ବଟକରା ଧରି ଉଣ୍ଡି ହେଉଛନ୍ତି । ସୀମା ଦିଦି ପିଲାଙ୍କ ନାଁ ପଢୁଛନ୍ତି । ଜଣେ ଜଣେ ଆସି ଚାଉଳ ନିଅ ପାଟି ତୁଣ୍ଡ କରନା । ସାର୍‌ଙ୍କ ବଡ଼ ପାଟିଟା ଗାଁ କୁ ଭାରି ଜୋର୍ ଶୁଭୁଥାଏ । ମୀନା ଦିଦି ଅଣ୍ଡା ଦେଉଛନ୍ତି ସେଠୁ ନେଇ ଯାଅ । ସାଇଲେନ୍‌ସ ରକ୍ଷା କର । 

 ଆଜି ପାଠ ପଢା ବନ୍ଦ । ଚାଉଳ ଅଣ୍ଡା ବାରି । କୁନା ଚାଉଳ ସାଙ୍ଗକୁ ଅଣ୍ଡା ଦଶଟି ପଲିଥିନ୍ ଜରିରେ ଧରି ଘରକୁ ଫେରୁଥାଏ । ଭାରି ଚଗଲାଟା ସେ । ମଦନାଟା ତା'ଠାରୁ ବି ଆହୁରି ଚଗଲା । ବାଟରେ ଯାଉ ଯାଉ କୁନା ଚୁଟିକୁ ଟାଣି ଦେବାର କ'ଣ ଦରକାର ଥିଲା ?କୁନା ତ ଚିଡିଗଲା । ଦୋଅକ୍ଷରୀ ଗୁଡା ମଦନା ଉପରେ ବର୍ଷା କଲା । ତା'ପରେ ତ ଅଣ୍ଡା ଫୋପଡା ଚାଲିଲା । କୁନା ମଦନାର ଅଣ୍ଡା ଯୁଦ୍ଧ ଲାଗିଗଲା ସେଠି । ଯିଏ କହିଲେ ବି କୋଉ ମାନୁଛନ୍ତି? ଅଣ୍ଡା ନାଳରେ ଦୁହିଁଙ୍କ ମୁହଁ ଦେହ ନାଳ ସରି ସରି । ଯା ହେଉ ଥମି ଥାମି ଗଲେ । ଘରେ ଖାଲି ଜରି । ଅଣ୍ଡା କାହିଁ? ସବୁ ସେ ମାଷ୍ଟରର ଦୋଷ । 

 ଗୋଟା ଧନ୍ଦା ଲଗେଇଛି । ସବୁ ଖାଇ ଖୋଳ କରିସାରିଲାଣି । ପିଲାଙ୍କୁ ମୂର୍ଖ କରି ସାରିଲାଣି । ପାଠର ନାଁ ଗନ୍ଧ ନାହିଁ । ପିଲା ମାଡଗୋଳ ଲାଗୁଛନ୍ତି ତାକୁ ବି ତା'ର ଆକଟ ନାହିଁ । ଖାଲି ବେକାରଟାରେ ଯାହା ପୁରା ପୁଳା ଦରମା ଗୁଡ଼ା ନେଉଛି । କୁନା ବାପା,ମଦନା ବୋଉ ପାଟି ଚିଲେଇ ସ୍କୁଲରେ ହାଜର । କି ଫାର୍ସ ଚାଲିଛି ଏଠି? ପାଠ ପଢ‌ଉଛ ନା ଭେଙ୍ଗଣା ହ‌ଉଛ? ପିଲାଙ୍କୁ ତୁମ ଭରସାରେ ସ୍କୁଲକୁ ପଠ‌ଉଛୁ ଆମେ । ତମେ ପିଲାଙ୍କୁ ମୂର୍ଖ କରିସାରିଲଣି । 

 ନିରୀହ ଯଦୁ ମାଷ୍ଟରଟା ବିଚରା ଗାଳିଗୁଡାକ ବିନା ଦୋଷରେ ସହୁଥାନ୍ତି । କହୁଥାନ୍ତି ଆମେ କ'ଣ କରିପାରିବୁ ଆଜ୍ଞା । ଆପଣଙ୍କ ପିଲା ବାଟରେ ଅଣ୍ଡା ଫୋପଡା ଫୋପାଡି ହେଲେ । ମାଡଗୋଳ ଲାଗିଲେ ଆମର କି ଦୋଷ? ସ୍କୁଲରେ ତ ବେତ ଖଣ୍ଡେ ଧରିବାର ଅଧିକାର ଆମର ଆଉ ନାହିଁ । ସରକାର ବିଦ୍ୟାଳୟକୁ ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କଲେ । ମୁଁ ତ ଥରେ ରାଜୁକୁ ପାହାରେ ବାଡେଥିଲି ମୋତେ କାନଧରି ଭୁଲ ମାଗିବାକୁ ପଡ଼ିଥିଲା । 

 ମଧ୍ୟାହ୍ନ ଭୋଜନ, ଅଣ୍ଡା ଚାଉଳ, ଭୋଟ ଲିଷ୍ଟ, ପରିଚୟ ପତ୍ର ଏ ସବୁରେ ଆମର ସମୟ ଘଟୁନି । ପାଠ ପଢ଼ା ପଢ଼ି କେତେବେଳେ କରିବୁ? ସ୍କୁଲରେ ସର୍ବଶିକ୍ଷା ଅଭିଯାନ ଯେବେଠୁଁ ପଶିଲାଣି ସେବେଠାରୁ ଶିକ୍ଷା ଅବସ୍ଥା ଏହିଭଳି ଆଜ୍ଞା । ରାଜନୀତି ବି ଜୋର୍ ସୋର୍ ସ୍କୁଲରେ । ଅଶିକ୍ଷିତ ମାନେ ସ୍କୁଲ ଚେୟାରମ୍ୟାନ ହେଲେ । ଘନ ଘନ ମିଟିଙ୍ଗ ଚାଲୁଛି । ସ୍ଵାର୍ଥ ପାଓ୍ଵାର ପାଇଁ ସ୍କୁଲରେ ରାଜନୀତି । ନୂଆଘର, ରଙ୍ଗରାଜ, ଚିତ୍ର ବିଚିତ୍ର ପାଇଁ ଲକ୍ଷ ଲକ୍ଷ ଟଙ୍କା ଆସୁଛି । ସ୍ଵାହା ସ୍ଵାହା ଚାଲୁଛି । ଯିଏ ଦାୟୀତ୍ବରେ ରହୁଛି ସିଏ ଏ କାମ କରିବ‌ । ଡ୍ରେସ୍ କୋଡ଼, ସ୍କୁଲ ରଙ୍ଗ କୋଡ୍, କାନ୍ଥରେ ଜିରାଫ ,ବାଘ ,ଭାଲୁ,ହାତୀ ଅଙ୍କାହେବ । ସ୍କୁଲ ଅଙ୍ଗନବାଡ଼ି ଆକର୍ଷଣୀୟ ହେବ‌ । ପିଲା ଏହାକୁ ଦେଖି ଖାଲି ପାଠପଢିବାକୁ ଦ‌ଉଡିବେ । ଏ ସବୁ କାର୍ଯ୍ୟ ସମାପନ ପାଇଁ ସିଧା ଯେଉଁମାନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଉଛି ସେମାନେ ଗାଁର କୁଜି ନେତା ନିଶ୍ଚୟ ହୋଇଥାନ୍ତି । ତେଣୁ ଶିକ୍ଷାଳୟ ମନ୍ଦିର ନାଁରେ ଅର୍ଥ ଶୋଷିବାର‌ ଭଣ୍ଡାର ପାଲଟିଗଲାଣି । 

 ଆମ ବେଳେ କ'ଣ ପାଠପଢ଼ା ହେଉ ନ ଥିଲା?ଆମେ କ'ଣ ଏଗୁଡା ସେତେବେଳେ ପାଉଥିଲୁ? ଶନିବାର ମୁଠି ଚାଉଳ ଆଦାୟ କରୁଥିଲୁ । ବିଦ୍ୟାଳୟ ଓ ଗରୀବ ପିଲାର ପାଠପଢାର ଉନ୍ନତି ପାଇଁ । ଗୁରୁଜୀଙ୍କ ପ୍ରତି ଭୟଭକ୍ତି ଥିଲା । ମାଡ଼ ଭୟରେ ଡରିମରି ଦିଆଯାଉଥିବା ପାଠ ଠିକ୍ ପଢୁଥିଲୁ । ଦିନେ ସ୍କୁଲ ବନ୍ଦ କଲେ ଗୁରୁଜୀ ଘରେ ପହଞ୍ଚି ଯାଉଥିଲେ । ଆଜି କିନ୍ତୁ ସମ୍ପୂର୍ଣ୍ଣ ବଦଳି ଯାଇଛି । 

ହଜାରେ ଆଇନ୍ ହଜାର ଯୋଜନା ଭିତରେ ଶିକ୍ଷା ବ୍ୟବସ୍ଥା ଯେମିତି ଅଣନିଃଶ୍ୱାସୀ ହୋଇ ଛଟପଟ ହେଉଛି । ହଁ ସ୍କୁଲରେ ମଧ୍ୟାହ୍ନ ଭୋଜନ ହେଉଛି । ବାର ଦେଖି ସୋୟାବିନ୍ ଅଣ୍ଡା ରୋଷେଇ ଚାଲିଛି‌ । ହାଣ୍ଡି, ଦଣ୍ଡି ଆଉ ରୋଷେୟାଙ୍କ ଭିଡ଼ ଲାଗିଛି । ଡାଲମା ଛୁଙ୍କ ପିଲାଙ୍କ ନାକରେ ବାଜୁଛି । ରୋଷେଇ ସରିଲା କି ନାହିଁ ପିଲା ମୁଣ୍ଡ ଟେକି ଚାହୁଁଛି । ପୁଣି ପୋଷାକ ମିଳୁଛି । ସାଇକେଲ ମିଳୁଛି । ଷ୍ଟାଇପେଣ୍ଡ ମିଳୁଛି । ବହିଖାତା ଡଟ୍ ପେନ୍ ବି ମିଳୁଛି । ପିଲାଙ୍କର ଉପସ୍ଥାନ ବଢିବ । ହେଲେ ପାଠପଢ଼ା କେତେ ପରିମାଣରେ ବଢୁଛି? ପିଲାଙ୍କୁ କେତେ ଶିଷ୍ଟାଚାର ଶିକ୍ଷା ଦିଆ ଯାଉଛି? ସେତେବେଳେ ଗୁରୁଦିବସ, ଶିଶୁ ଦିବସ, ଅଗଷ୍ଟ ପନ୍ଦର, ସରସ୍ଵତୀ ପୂଜା, ଗଣେଶ ପୂଜା ଇତ୍ୟାଦି ଯେଉଁଭଳି ପାଳନ କରାଯାଉଥିଲା ଆଜି କ'ଣ ସେହିଭଳି ପାଳନ କରାଯାଉଛି? କେବଳ ଫେସନ୍‌ ପାଲଟି ଗଲାଣି । ଗୁରୁ ଭକ୍ତି ନାହିଁ । ଗୁରୁ ପଦେ କହିଲେ ଛାତ୍ର ନିର୍ଭୟରେ ପ୍ରତ୍ୟୁତ୍ତର‌ ଦେବା ଆରମ୍ଭ କରି ଦେଉଛି । ଯଦି ଆକଟ କରିବାକୁ ମାଷ୍ଟର ଚାହୁଁଛନ୍ତି ଗାର୍ଡିଆନ୍ ଆସି ସ୍କୁଲରେ ହଙ୍ଗାମା କରୁଛନ୍ତି । ତେଣୁ ଆଲୋ ସଖୀ ଆପଣା ମହତ ଆପେ ରଖି । ମେଘ ଯୁଆଡେ ଛତା ସିଆଡେ ଦେଖାଇବା ଦରକାର । 

 ଯଦୁ ସାର୍‌ଙ୍କ କଥା ନାକରା ଲାଗୁ ନ ଥିଲା । ଯାହା କହୁଛନ୍ତି ବରଂ ଠିକ୍ ଭଳି ଲାଗୁଛି । ବର୍ତ୍ତମାନ ହେଉ ମଧ୍ୟାହ୍ନ ଭୋଜନ । ପୋକରା ଚାଉଳ ଡାଲି ଆସୁ । ଝିଟିପିଟି,ତେଲୁଣି ପୋକ ବାହାରୁ ସେଥିରୁ । ପିଲାମାନେ ସେ ସବୁ ଖାଇ ମରନ୍ତୁ । ମାଷ୍ଟର ଜେଲ୍ ଯାଉ ଚଳିବ‌ । ଏଣେ ପରା ଉପସ୍ଥାନ ବଢ଼ିବ । ବାବୁମାନଙ୍କ ପିଲା କନ୍‌ଭେଣ୍ଟରେ ପଢନ୍ତୁ । ଗରୀବ ଛୁଆ ଭବିଷ୍ୟତ ହରାନ୍ତୁ । ଗୁଜୁରାଟ ଯାଆନ୍ତୁ । ସୂତାମିଲ୍‌ରେ ଖଟନ୍ତୁ । ମଦୁଆ ବଢନ୍ତୁ । ଦେଶ ଆଗ‌ଉ । ଶିକ୍ଷା ନାଁ ରେ ବିଭିନ୍ନ ଯୋଜନା ଖୋଲୁ‌ । ଟାଉଟରଙ୍କ ଥଳି ଭରୁ । ଆମେ କିଛି କରୁଛୁ , ଆମେ ପାଓ୍ଵାରରେ ଅଛୁ ବୋଲି ଏ ଡାଇଲଗ୍‌ କାନ ଶୁଣୁଥାଉ । ସବୁ ଆଜ୍ଞା ଠିକ୍ ଠାକ୍ ଅଛି । କ'ଣ ଭୁଲ୍ କହିଲି? 



Rate this content
Log in

Similar oriya poem from Comedy