STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଜୟ ଶ୍ରୀରାମ

ଜୟ ଶ୍ରୀରାମ

2 mins
215


ଜୟ ଶ୍ରୀ ରାମ ରାମ ରାମ

ଜୟ ଶ୍ରୀ ପୁରୁଷ ଉତ୍ତମ।

ଜୟ ଶ୍ରୀ ରାଜିବ ଲୋଚନ

ଜୟ ଶ୍ରୀ କୌଶଲ୍ୟା ନନ୍ଦନ ।

ଜୟ ଶ୍ରୀ ଦଶରଥ ସୂତ

ଜୟ ଶ୍ରୀ ଅନନ୍ତ ଅଚ୍ୟୁତ ।

ଜୟ ଶ୍ରୀ ଜାନକୀବହ୍ଲବ

ଜୟ ଶ୍ରୀ ରାଜେନ୍ଦ୍ର ରାଘବ ।

ଜୟ ଜୟ କୋଦଣ୍ଡଧାରୀ

ଜୟଜୟ ରାବଣ ଅରୀ ।

ଜୟ ଜୟ ଅଯୋଧ୍ୟାପତି

ଜୟଜୟ ହେ ଦାଶରଥି।


କରିବାକୁ ଦୈତ୍ୟ ଦଳନ 

ସୃଷ୍ଟିକର୍ତ୍ତା ଶ୍ରୀ ନାରାୟଣ,

ଚଇତ୍ର ଶୁକ୍ଳ ନବମୀରେ

 ଜନମିଲେ ରାମ ରୂପରେ ।

ଲଙ୍କା ରେ ଅଷୁର ମାରିଣ

 ଶାନ୍ତି ଯେ କରିଲେ ସ୍ଥାପନ ।

ଅଯୋଧ୍ୟାରେ ହୋଇଲେ ରାଜା

ସୁଖରେ ପାଳିଲେ ପରଜା ।

ରାମ ରାଜ୍ୟ ଜଗତେ ଶ୍ରେଷ୍ଠ

ପ୍ରଜାଙ୍କର ନଥିଲା କଷ୍ଟ ।

ରାମ ନାମ କରିଲେ ଜପ

ମିଳିଥାଏ ପୂଣ୍ୟ ଅମାପ ।


ଦଶରଥ ଅଯୋଧ୍ୟାସାଇଁ

ନିସନ୍ତାନ ଥିଲେଟି ସେହି ।

ପ୍ରାଚୁର୍ଯ୍ୟରେ କିଲାଭ ଭାଇ

କୋଳ ଯଦି ଖାଲି ରୁହଇ ।

କୌଶଲ୍ୟା କୈକେଇ ସୁମିତ୍ରା

ତିନି ରାଣୀ ଶୂନ୍ୟ ପସରା ।

ସମୟ ଯେ କରଇ ବାଦ

ଆଖିରୁ ତ ହଜଇ ନିଦ ।

ରାଜାଙ୍କର ଚିନ୍ତା ଅଶେଷ                  

କୂଳ କାଳେ ହେବ ନିର୍ବ°ଶ !

ପାଇବାକୁ ସନ୍ତାନ ଗୋଟି

କେତେ ପୂଜା ବ୍ରତ କରନ୍ତି ।


କୂଳଗୁରୁ ଗୁରୁ ବଶିଷ୍ଠ

ବୁଝିପାରି ରାଜାଙ୍କ କଷ୍ଟ,               

ପରାମର୍ଶ ଦେଇ କହିଲେ

ପୁତ୍ରେଷ୍ଟି ଯଜ୍ଞଯେ କରିଲେ,

ନିଶ୍ଚୟ ପୁତ୍ର ଲାଭ ହେବ

ଅବସାଦ ଯେ ଦୂରେ ଯିବ ।

ଗୁରୁ ଙ୍କ ପ୍ରତି ଦେଇ ଧ୍ୟାନ

ରାଜା କରିଲେ ଆୟୋଜନ ।

ମହାନ୍ ଋଷି ଋଷ୍ୟଶୃଙ୍ଗ

କରିଲେ ଆସି ସେହି ଯଜ୍ଞ ।

ରାଜା ପାଳିଲେ ଯଜ୍ଞ ବ୍ରତ

ପାଇବା ପାଇଁ ପୁତ୍ର ସେତ ।


ଯଜ୍ଞରେ ଯଜ୍ଞ ଭଗବାନ

ତୁଷ୍ଟ ଯେ ହୋଇଲେ ମହାନ।

ହସ୍ତରେ ଧରି ଚରୁ ଅନ୍ନ

ଉଭା ହୋଇଲେ ଭଗବାନ ।

ଦଶରଥ ଙ୍କ ହସ୍ତେ ଦେଇ

କଥାଟି କହିଲେ ବୁଝାଇ ।

ରାଣୀମାନେ କଲେ ସେବନ

ନିଶ୍ଚୟ ପୁତ୍ରବତୀ ଜାଣ ।

ରାଜା ଯେ ଦୁଇଭାଗ କଲେ

କୌଶଲ୍ୟା କୈକେଇ ଙ୍କୁ ଦେଲେ ।

ଦୁଇରାଣୀ ଯେ କରି ଭାଗ

ଶୁମିତ୍ରାଙ୍କୁ ତ ଦେଲେ ଆଗ ।


କିଛି ଦିନ ଯେ ଗଲା ବିତି

ରାଣୀଏ ହେଲେ ଗର୍ଭବତୀ ।

ଚୈତ୍ର ଶୁକ୍ଳ ନବମୀ ସେତ

ରଘୁକୂଳେ ଚନ୍ଦ୍ର ଉଦିତ ।

ପ୍ରଥମ ରେ କୌଶଲ୍ୟା କୋଳ

 ଶ୍ରୀରାମ ତ କଲେ ଉଜ୍ବଳ ।

ତାପରେ ଭରତ ଜନ୍ମିଲେ

କୈକେଇ ଯେ ହରଷ ହେଲେ ।

ସୁମିତ୍ରା କୋଳେ କୁଆଁ କୁଆଁ 

ଶେଷରେ ସେତ ହେଲେ ମାଆ ।

କୋଳରେ ଜମଜ ସନ୍ତାନ

ଲକ୍ଷଣ ସାଥିରେ ଶତୃଘ୍ନ ।


ଦୈତ୍ୟମାନଙ୍କ ଅତ୍ୟାଚାର

ଧରା ହୋଇଲା ଥରହର ।

ଧର୍ମ ର ସସ୍ଥାପନ ପାଇଁ

 ବିଷ୍ଣୁଙ୍କ ଅବତାର ହୋଇ,

ରଘୁ କୂଳରେ ରାମ ଜନ୍ମ

ବୀର ସେ ପୁରୁଷ ଉତ୍ତମ ।

ପ୍ରଭୁ ରଚିଲେ ଲିଳା ନିଜେ

ବନବାସରେ ଗଲେ ସେଯେ ।

ସାଥିରେ ଅନୁଜ ଲକ୍ଷଣ

ସୀତା ଯେ ଗଲେ ସାଥେ ଜାଣ ।

ପ୍ରବଳ ପ୍ରତାପୀ ରାବଣ

ସୀତାଙ୍କୁ କରିଲା ହରଣ ।


ଅଧୀର ଶ୍ରୀରାମ ଲକ୍ଷଣ

ଖୋଜି ବୁଲିଲେ ଘୋରବନ ।

ସୁଗ୍ରୀବ ଆଉ ହନୁମାନ

ବନ୍ଧୁ ହୋଇଲେ ପଥେ ଜାଣ ।

ହନୁମାନ ଯେ ଲଙ୍କା ଯାଇ

ସୀତାଙ୍କୁ ଠାବ କଲେ ସେହି ।

ବାନର ସେନା ସାଥେ ନେଇ

ରାମ ଲକ୍ଷଣ ଲଙ୍କା ଯାଇ ,

ରାବଣ ସାଥେ କଲେ ଯୁଦ୍ଧ

ରାମ ରାବଣେ କଲେ ବଦ୍ଧ ।

ଉଦ୍ଧାର ହେଲେ ସୀତା ମାତ

ଧରଣୀ ହୋଇଲା ଯେ ଶାନ୍ତ ।


ପ୍ରଭୁଙ୍କ ସେହି ଦିବ୍ୟଲିଳା

ନାଶଇ ଅଧର୍ମ ର ଜ୍ବଳା ।

ଦୁଷ୍ଟଙ୍କୁ କାଳ ଗ୍ରାସେ ଜାଣ

ସାଧୁଙ୍କ ହୁଏ ପରିତ୍ରାଣ ।

ଯୁଗଯୁଗ ର ଏ କଥାଟି 

ତ୍ରେତୟା ଦ୍ବାପର କଳି ଟି ।

ପୂରାଣ କଥା ମନେ ଧ୍ୟାଇ

ପ୍ରଭୁଙ୍କ ନାମ ଗାଇଗାଇ,

ଭଲ ବାଟରେ ଦେବା ମନ

ଜୀବନ ଆମ ହେବ ଧନ୍ୟ।

ରାମ ନବମୀ ରାମ କଥା

ଦୂର କରଇ ସବୁ ବ୍ୟଥା ।


ରାମଙ୍କର ଜନମ ଦିନ

ରାମ ନବମୀ ସେ ମହାନ ।

ଉଛୁଳଇ ମନ୍ଦିର ମଠ

ଭକତ ଯେ ରଖନ୍ତି ବ୍ରତ ।

ଯାଗ ଯଜ୍ଞ ଆହୁତି ଦାନ

ରାମଙ୍କର ଗୁଣ ଭଜନ ।

ଲଭିବାକୁ ଶାନ୍ତି ମୁକତି

ଭକ୍ତ ରାମନାମ ଘୋଷନ୍ତି ।

ଶ୍ରୀମନ୍ଦିରେ ରାମ ଜନମ

ଗୁପ୍ତ ନୀତି ବିଧି ବିଧାନ ।

ଜୟଜୟ ଜୟ ଶ୍ରୀରାମ

ଶ୍ରୀପୟରେ ଘେନ ପ୍ରଣାମ ।


Rate this content
Log in

Similar oriya poem from Classics