ଜୟ ପ୍ରଭୁ ଶ୍ରୀମଲ୍ଲିକାର୍ଜୁନ
ଜୟ ପ୍ରଭୁ ଶ୍ରୀମଲ୍ଲିକାର୍ଜୁନ
ଜୟ ପ୍ରଭୁ ଶ୍ରୀମଲ୍ଲିକାର୍ଜୁନ
=============
ପୂଣ୍ୟତୋୟା କୃଷ୍ଣା ତଟେ
ଶ୍ରୀଶୈଳ ପର୍ବତ l
ତହିଁ ବିଜେ କଲେ ପ୍ରଭୁ
ପାର୍ବତୀଙ୍କ ନାଥ ll
କାର୍ତ୍ତିକଙ୍କୁ ଖୋଜି ଖୋଜି
କୈଳାସରୁ ଆସି l
ଶ୍ରୀଶୈଳ ପର୍ବତ ପରେ
ହୋଇଲେ ନିବାସୀ ll
କ୍ଷେତ୍ର ଥାପିଛ ଭାରତେ
ପ୍ରସିଦ୍ଧ ଅତୀବ l
ଅର୍ଜ୍ଜୁନ ବୋଲାଅ ଯହିଁ
ପ୍ରଭୁ ସଦାଶିବ ll
ମଲ୍ଲିକା ବୋଲାନ୍ତି ପୁଣି
ହିମାଳୟ ଜେମା l
ମଲ୍ଲିକାର୍ଜ୍ଜୁନ କ୍ଷେତ୍ରକୁ
କି
ଦେବା ଉପମା ll
ମଲ୍ଲିକା କୁସୁମ ପ୍ରୀୟ
ପ୍ରଭୁଙ୍କର ଅତି l
ମଲ୍ଲିକାର୍ଜ୍ଜୁନ ବୋଲାନ୍ତି
କହେ କିମ୍ୱଦନ୍ତୀ ll
ଦ୍ବାଦଶ ଜ୍ୟୋତର୍ଲିଙ୍ଗରେ
ଶ୍ରୀମଲ୍ଲିକାର୍ଜୁନ l
ଭକତ ଲୋଡ଼ନ୍ତି ତାଙ୍କ
ଦିବ୍ୟ ଦରଶନ ll
ପ୍ରଭୁ ଶ୍ରୀରାମ ଏଠାକୁ
କାଳେ ଆସିଥିଲେ l
ଏକ ସସ୍ର ଲିଙ୍ଗ ଥାପି
ପଞ୍ଚବଟୀ ଗଲେ ll
କୃଷ୍ଣାନଦୀ ଏହିଠାରେ
ପର୍ବତ ତନୁଜା l
ପାତାଳ ଗଙ୍ଗା ବୋଲାଇ
ପାଉଛନ୍ତି ପୂଜା ll
ଅଭିଷେକ ପ୍ରଭୁଙ୍କର
ପୂତ
କୃଷ୍ଣା ନୀରେ l
ଶ୍ରୀବିଶ୍ଵନାଥଙ୍କ ଯଥା
ଜାହ୍ନବୀ ଜଳରେ ll
ପ୍ରତ୍ୟକ୍ଷ ଫଳ ଦାୟକ
ଶ୍ରୀମଲ୍ଲିକାର୍ଜୁନ l
ଭକ୍ତ ମନବାଞ୍ଛା କେବେ
ନ ରହେ ଅପୂର୍ଣ୍ଣ ll
ଅକର୍ମ କର୍ମ ଦାୟକ
ପ୍ରଭୁ ଶୂଳଧର l
ଶ୍ରୀମଲ୍ଲିକାର୍ଜ୍ଜୁନଙ୍କର
ମହିମା ଅପାର ll
କୃଷ୍ଣା ତୀରେ ଉଡୁଅଛି
ତାଙ୍କ ଦିବ୍ୟ ଧ୍ଵଜା l
ଦୁଃଖୀ ଆର୍ତ୍ତି କେତେ
କରୁଛନ୍ତି ତାଙ୍କ ପୂଜା ll
ଆଶିଷ ଦିଅନ୍ତି ବାଣ୍ଟି
ପ୍ରଭୁ ଦେବ ଦେବ l
ନମସ୍ତେ ନମସ୍ତେ ପ୍ରଭୁ
ନମଃ ସଦାଶିବ ll
ହେ ଦେବ ସତ୍ୟ ସୁନ୍ଦର
ପ୍ରଭୁ ଆଶୁତୋଷ l
ସାଗର ମନ୍ଥନେ ପ୍ରଭୁ
ପାନ କଲ ବିଷ ll
ହର ହର ଦୁଃଖ ହର
ଗୋଉରୀ ଶଙ୍କର l
ଶ୍ରୀମଲ୍ଲିକାର୍ଜୁନେ କରେ
କୋଟି ନମସ୍କାର ll
🙏🙏🙏
ଅର୍ଜୁନୀ
---------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
