ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ସତରେ କାଳିଆ ନାମରେ ତୋହର
ବଡ ଆକର୍ଷଣ ଥାଏ।
ଭଜିବାର ତୃଷ୍ଣା ବୃଦ୍ଧିପ୍ରାପ୍ତ ହୋଇ
ଲମ୍ବି ଲମ୍ବି କାହିଁ ଯାଏ।
କରିଦେ କାଳିଆ ମୋତେ ଚାକର ଯେ
ତୋ ସେବା କରିବି ମୁହିଁ।
ଊଣା କରିବିନି ସେବା ପରିସର
ସଦା ଉପସ୍ଥିତ ରହି।
ଦିପଟିଏ ଜାଳି ତୋର ମୁହଁ ଦେଖି
ସମୟ ମୋ ଯିବ ବହି।
ଏତିକି ମାଗୁଣି କରେ ଚକାଡୋଳା
ସଂସାର ଜଞ୍ଜାଳେ ମୁହିଁ।
ବିତୃଷ୍ନା ହୋଇଛି ଛଳନା ଦେଖି ମୁଁ
ଏକା ସାଥୀ ଅଟୁ ତୁହି ।
ଜୀବନ ଯୁଦ୍ଧରେ ହାରି ଯାଉଛି ମୁଁ
ମୁକ୍ତି ପାଇଁ ଅବା ଚାହିଁ।
ଅନାଇଁ ରହିବି ତୋ ସମ୍ମୁଖେ ବସି
ଜଗା ଜଗା ଭଜୁ ଥିବି।
ଶେଷ ସୋପାନ ମୋ ଜୀବନ ପଥରେ
ତୋ ନାମେ ବିଲୀନ ହେବି।