Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BULU BEHERA

Abstract Others

4  

BULU BEHERA

Abstract Others

ବିଚିତ୍ର ନଦୀ

ବିଚିତ୍ର ନଦୀ

1 min
414


ଗିରି ଶୃଙ୍ଗର ମାଂସଳ ବନକୁ ଭେଦି,

ପ୍ରବାହିତ ହେଉଅଛି ଦୁଇଟି ନଦୀ l(1)

ଜୋର ଶବଦରେ ନଇ ଗର୍ଜନ କରେ,

ବହିଯାଏ ଯେତେବେଳେ ଅତି ପ୍ରଖରେ l(2)

ଉଚ୍ଚରୁ ଆସି ନିମ୍ନକୁ  ବହଇ  ଜଳ,

ଏହାର ଆକାର ଛୋଟ ଦିଶେ ଧବଳ l(3)

ଜଳ ଏହାର ସବୁଠୁ ବେଶୀ  ବହଳିଆ,

ଜଳକୁ ଚାଖିଲେ ଲାଗେ ଅତି ଲୁଣିଆ l(4)

ଛୋଟ ପିଲାମାନେ ତାର ଜଳକୁ ପିଅନ୍ତି,

ମନକଲେ କାନ୍ଦିକରି ତାକୁ ଯେ ମାଗନ୍ତି l(5)

ମାତାର କ୍ଷୀର ଅପେକ୍ଷା ଭଲ ଲାଗଇ,

ଛଡାଇଲେ ଋଷିକାରି ତାକୁ ମାଗଇ l (6)

ଲୋକମାନେ କେହି ଜଳକୁ ନ ପିଅନ୍ତି,

ବହଳିଆ ହୋଇଥିବାରୁ ଘୃଣା କରନ୍ତି l (7)

କୌଣସି ଋତୁରେ ନୀର ଶୁଖଇ ନାହିଁ,

ସବୁ ନଈ ଶୁଖିଯାଏ ଏହା ନ ଶୁଖଇ l(8)

ନଦୀରେ ବନ୍ୟା ଆସିଲେ ଅତଡ଼ା ନ ଖାଏ,

ସୁଉଁ ସୁଉଁ ଶବଦ କରି ଜୋରରେ ଯାଏ l (9)

ଏ ନଈର ଜଳକୁ କୁଆ ପିଉ ଥାଇ,

ଏଥିପାଇଁ ତାଙ୍କ ମଧ୍ୟେ ଝଗଡା ଲାଗଇ l (10)

କୁଆ ନିକଟରେ ଜଳ ଅତି ମୂଲ୍ୟବାନ,

ନିର୍ମଳ କରିଦିଅନ୍ତି ଖାଇ ସେହି ସ୍ଥାନ l (11)

ଲୋକମାନେ କେହି ସ୍ନାନ କରନ୍ତି ନାହିଁ,

ଏ ନଦୀରେ କେବେ ବାରୁଣୀ ନ ପଡଇ l (12)

ନଦୀର ଜଳକୁ ପରୀକ୍ଷା ନିରୀକ୍ଷା କରି,

ଏକ ପ୍ରକାର ଔଷଧ ହୁଅଇ ତିଆରି l (13)

ଏହାର ନାମ ଯେ ପେନସିଲିନ ଅଟଇ,

ଇଞ୍ଜେକ୍ସନ ଦେଲେ ରୋଗ ଯାଏ ଦୁରେଇ l(14)

ଯାଦୁ, କାଛୁ, କୁଣ୍ଡିଆକୁ କରଇ ଧ୍ବଂସ,

ତାହାକୁ ଖାଇ ଆରୋଗ୍ୟ ହୁଏ ମଣିଷ l (15)

ତଟିନୀର ପାର୍ଶ୍ୱେ ବନ୍ଧ ଗଢ଼ା ହୋଇଛି,

ତାହାରି ଭିତରେ  ଗୋଟେ ପୋଲ ରହିଛି l (16)

ପରସ୍ପର ମିଶିଥାନ୍ତି ପାଦ ଦେଶରେ,

ତାପରେ ଯାଇ ପଡନ୍ତି ଭୂମି ପୃଷ୍ଠରେ l (17)

'ଏ ' ନଦୀରେ ଅଛି ବଡ଼ ଜଳପ୍ରପାତ,

ଜଳରୁ  ବାହାରେ ନାହିଁ  ଜମା  ବିଦ୍ୟୁତ l (18)

ଏହି ଜଳ  ତଳେ  ପଡି ମୁଣ୍ଡ  ପିଟଇ,

କେଉଁ ଆଡେ ଯିବ  ବୋଲି  ମନେ  ଭାବଇ l (19)

ପରିଶେଷେ  ଯାଏ ସେହି କୁଆ  ପେଟକୁ,

କୁଆ ତାକୁ ଗିଳିଦିଏ ନିଜ ଆହାରକୁ l (20)

କେଉଁଆଡେ ପ୍ରବାହିତ ସେ ନ ହୁଅଇ,

ନ ହେଲେ ସବୁଠୁ ବଡ଼ ହୁଅନ୍ତା ସେହି l (21)

        


Rate this content
Log in

Similar oriya poem from Abstract